www.samajalive.in
Saturday, December 6, 2025
19.1 C
Bhubaneswar

ଋଣ ମଞ୍ଜୁର ପରେ ବି ମିଳୁନି ସ୍କୁଟି

ଭୁବନେଶ୍ବର: ‘ମିଶନ ଶକ୍ତି ସ୍କୁଟର ଯୋଜନା’ ଶୁଭାରମ୍ଭ ହେବା ପରେ ରାଜ୍ୟରେ ଏବେ ସ୍କୁଟର ଯୋଗାଣରେ ବିଳମ୍ବ ପରିଲକ୍ଷିତ ହୋଇଛି। ଗାଁରୁ ସହର ସବୁଠି ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଆବଶ୍ୟକତାଠାରୁ ଅଧିକ ସ୍କୁଟର ବିକ୍ରି ହେଉଥିବାରୁ ସ୍କୁଟର ପ୍ରସ୍ତୁତକାରୀ ସଂସ୍ଥା ଏହା ଯୋଗାଣ କରିବାରେ ଅଧିକ ସମୟ ନେଉଛନ୍ତି। ସ୍ବୟଂ ସହାୟକ ମହିଳା(ଏସ୍ଏଚ୍ଜି) ମା’ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ପ୍ରାଥମିକତା ଭିତ୍ତିରେ ଋଣ ଦେବାକୁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ପାଦକଙ୍କୁ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

https://samajalive.in/wheat-odisha/509401.html

- Advertisement -

ସୂଚନା ଅନୁଯାୟୀ ମହିଳା ସଶକ୍ତୀକରଣ ଦିଗରେ ମିଶନ ଶକ୍ତି ସ୍କୁଟର ଯୋଜନା ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରାଥମିକତା ଭିତ୍ତିରେ ‘ମିଶନ ଶକ୍ତି ସ୍କୁଟର ଯୋଜନା’ରେ ଋଣ ଯୋଗାଇ ଦିଆଯାଉଛି। ରାଜ୍ୟରେ ଥିବା ସମବାୟ ବ୍ୟାଙ୍କ ସହ ୧୭ ଜିଲା କେନ୍ଦ୍ରୀୟ ବ୍ୟାଙ୍କ ମାଧ୍ୟମରେ ସ୍କୁଟର ଋଣ ମିଶନ ଶକ୍ତି ସଦସ୍ୟାଙ୍କୁ ଦିଆଯାଉଛି। ନିୟମିତ ଭାବେ ବ୍ୟାଙ୍କ ପକ୍ଷରୁ ଋଣ ଯୋଗାଣର ସ୍ଥିତି ସମୀକ୍ଷା କରାଯାଉଛି।

ଚଳିତ ମାସ ୩୦ ତାରିଖ ସୁଦ୍ଧା ମୋଟ ୫ ହଜାର ୮୫ ଜଣଙ୍କ ଋଣ ଦରଖାସ୍ତକୁ ମଞ୍ଜୁର କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ହଜାର ୩୬ ଜଣଙ୍କୁ ଋଣ ଅର୍ଥ ପ୍ରଦାନ କରାଯାଇଛି। ମୋଟ ୩୯ କୋଟି ୨୬ଲକ୍ଷ ୬୫ ହଜାର ୮୯୨ ଟଙ୍କାର ଋଣ ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ଯୋଗାଇ ଦିଆଯାଇଛି। ମାତ୍ର ଘରୋଇ ସ୍କୁଟର ଯୋଗାଣକାରୀ ସଂସ୍ଥା ପାଖରେ ପର୍ୟ୍ୟାପ୍ତ ଗାଡି ନ ଥିବାରୁ ବହୁ ମହିଳା ଋଣ ଅନୁମୋଦନ ପରେ ମଧ୍ୟ ଗାଡିକୁ ଅପେକ୍ଷା କରିଛନ୍ତି। ଫଳରେ ସମବାୟ ବ୍ୟାଙ୍କର ବିଭିନ୍ନ ଶାଖାରେ ଆହୁରି ୧୪୧୨ ଆବେଦନ ବିଚାରଧୀନ ରହିଛି। ଏହି ଯୋଜନାରେ ମୋଟ ୭ ହଜାର ୭୨୯ ନୂଆ ସଞ୍ଚୟ ଖାତା ଖୋଲା ଯାଇଛି। ଆବଶ୍ୟକ କାଗଜପତ୍ର ନ ଥିବାରୁ ମୋଟ ୧୨ ଶହ ଆବେଦନ ପତ୍ରକୁ ରଦ୍ଦ କରାଯାଇଛି। ଭବାନୀପାଟଣା କେନ୍ଦ୍ରୀୟ ଜିଲା ସମବାୟ ବ୍ୟାଙ୍କ ପକ୍ଷରୁ ସର୍ବାଧିକ ୭୭୬ ଜଣଙ୍କ ଋଣ ମଞ୍ଜୁର କରାଯାଇଛି।

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି.ପ୍ରସାଦ ରାଓ ଦୋରା କହିଛନ୍ତି ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ରାଜ୍ୟ ସରକାର ମିଶନ ଶକ୍ତି ସ୍କୁଟର ଯୋଜନା ଆଣିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ପ୍ରାଥମିକତା ଭିତ୍ତିରେ ସ୍କୁଟର ଋଣ ବିନା ସୁଧରେ ଯୋଗାଇ ଦେବାକୁ ସବୁ କେନ୍ଦ୍ରୀୟ ଜିଲା ସମବାୟ ବ୍ୟାଙ୍କ ସମ୍ପାଦକଙ୍କୁ ନିର୍ଦେଶ ଦିଆଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories