www.samajalive.in
Tuesday, November 18, 2025
16.1 C
Bhubaneswar

ଛାତ୍ରୀ ବଳାତ୍କାର ଘଟଣା – ଜିଲାପାଳ, ଏସପିଙ୍କୁ ଏନଏଚଆରସିଙ୍କ ନୋଟିସ

ଜଗତସିଂହପୁର: ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ବାଲିତୁଠରେ ଟ୍ୟୁସନ ହେବାକୁ ଯାଉଥିବା ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଟ୍ୟୁସନ ଶିକ୍ଷୟିତ୍ରୀଙ୍କ ବାପା ବଳାତ୍କାର କରିବା ଭଳି ଲଜ୍ଜାକର ଘଟଣା ଜିଲାରେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣା ଉପରେ ଜାତୀୟ ମାନବାଧିକାର କମିସନ ଉଦ୍ବେଗ ପ୍ରକାଶ କରିବା ସହ ୪ ସପ୍ତାହ ମଧ୍ୟରେ କ’ଣ ପଦକ୍ଷେପ ନିଆଯାଇଛି ତା’ର ରିପୋର୍ଟ ଦେବାକୁ ଜଗତସିଂହପୁର ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ନୋଟିସ ଜାରି କରିଛନ୍ତି।

https://samajalive.in/mission-shakti-scooty/509399.html

- Advertisement -

ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନକୁ ବିଚାର କରି ଜାତୀୟ ମାନବାଧିକାର କମିସନ ଏହି ରିପୋର୍ଟ ତଲବ କରିଛନ୍ତି। କୁଜଙ୍ଗ ଥାନା ଅଧୀନ ବାଲିତୁଠରେ ଉକ୍ତ ୫ମ ଶ୍ରେଣୀ ଛାତ୍ରୀ ଓ ଅନ୍ୟ ୧୫/୨୦ଜଣ ପିଲା ଜଣେ ଘରୋଇ ଶିକ୍ଷୟିତ୍ରୀଙ୍କ ଘରକୁ ଟ୍ୟୁସନ ହେବାକୁ ଯାଉଥିଲେ। ଶିକ୍ଷୟିତ୍ରୀ ଯେତେବେଳେ ଅନ୍ୟ କାମରେ ବ୍ୟସ୍ତ ଥାଆନ୍ତି ସେତେବେଳେ ତାଙ୍କ ବାପା ସୁବାସ ମୁଦୁଲି ପିଲାମାନଙ୍କୁ ପାଠ ପଢ଼ାନ୍ତି। ଏହାର ସୁଯୋଗ ନେଇ ସୁବାସ ମୁଦୁଲି ନାବାଳିକାକୁ ନିୟମିତ ବ୍ୟବଧାନରେ ବଳାତ୍କାର କରୁଥିଲେ। ସୁବାସଙ୍କୁ ନାବାଳିକାର ଜଣେ ସମ୍ପର୍କୀୟ ରବୀନ୍ଦ୍ର ସହଯୋଗ କରୁଥିଲେ। ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡ଼ିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ପରେ ତା’ର ପରିବାର ଲୋକଙ୍କ ଏତଲାକ୍ରମେ କୁଜଙ୍ଗ ପୁଲିସ ଗତ ୨୩ ତାରିଖରେ ମାମଲା ରୁଜୁକରି ୨୪ ତାରିଖରେ ସୁବାସ ଓ ସହଯୋଗୀ ରବୀନ୍ଦ୍ରଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। ଏହି ଘଟଣାକୁ ଗୁରୁତର ସହ ନେଇ ଜାତୀୟ ମାନବାଧିକାର କମିସନ ଏହାର ଠିକ୍ ତଦନ୍ତ, ପୀଡିତା ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ନାବାଳିକାର ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି ତଦାରଖ ଉପରେ ଗୁରୁତ୍ୱ ଦେବା ସହ ରାଜ୍ୟ ପୁଲିସ ମହାନିର୍ଦେଶକ, ରାଜ୍ୟ ମାନବାଧିକାର କମିସନଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଏହି ନାବାଳିକା ବଳାତ୍କାର ମାମଲାରେ ଜିଲା ପ୍ରଶାସନ ଓ ଜିଲା ପୁଲିସ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛି ତାହାର ବିସ୍ତୃତ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ କମିସନ ନିର୍ଦେଶ ଦେଇଛନ୍ତି।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories