www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ୱାଙ୍ଖଡ଼େରେ ଭାରତ-ଶ୍ରୀଲଙ୍କା ଲଢ଼େଇ

ମୁମ୍ବଇ: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ୧୩ତମ ସଂସ୍କରଣର ୩୩ ତମ ମ୍ୟାଚ ଗୁରୁବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡ଼ିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଦୁଇ ଦଳ ସପ୍ତମ ଲିଗ୍‌ ମ୍ୟାଚ ଖେଳିବେ। ଭାରତ ଅପେକ୍ଷା ଶ୍ରୀଲଙ୍କା ପାଇଁ ଉକ୍ତ ମ୍ୟାଚ କର ବା ମର ସଦୃଶ ହୋଇଛି। ଭାରତ ସେମିଫାଇନାଲରେ ଏକ ପ୍ରକାର ସ୍ଥାନ ସୁରକ୍ଷିତ କରି ସାରିଥିବାବେଳେ ବିଜୟ ବଜାୟ ଲକ୍ଷ୍ୟ ନେଇ ଖେଳିବ। ଶ୍ରୀଲଙ୍କା ଯଦି ଉକ୍ତ ମ୍ୟାଚରେ ପରାଜିତ ହୁଏ ତେବେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିବ।

https://samajalive.in/nhrc-notice-2/509396.html

- Advertisement -

ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ୬ଟି ମ୍ୟାଚରୁ ୬ଟି ବିଜୟ ସହ ୧୨ ପଏଣ୍ଟ ପାଇଛି। ଦଳ ଅଷ୍ଟ୍ରେଲିଆକୁ ୬ ୱିକେଟରେ, ଆଫଗାନିସ୍ତାନକୁ ୮ ୱିକେଟରେ, ପାକିସ୍ତାନକୁ ୭ ୱିକେଟରେ ଓ ବାଂଲାଦେଶକୁ ୭ ୱିକେଟରେ ଓ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ଓ ଇଂଲଣ୍ଡକୁ ୧୦୦ରନରେ ପରାସ୍ତ କରିଛି। ବ୍ୟାଟିଂରେ ରୋହିତ ଶର୍ମା ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ସହ ୩୯୮ରନ, ବିରାଟ କୋହଲି ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସହ ୩୫୪ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶୁବମାନ ଗିଲ୍‌, ଶ୍ରେୟାସ ଆୟର .ଲୋକେଶ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ରନ କରୁଛନ୍ତି। ହାର୍ଦିକଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିଥି​‌େ​‌ଲ। ଇଂଲଣ୍ଡ ବିପକ୍ଷରେ ସୂର୍ଯ୍ୟକୁମାର ଦାୟିତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ। ଯାହା ଭାରତକୁ ଆଶ୍ବସ୍ତି କରିଛି। ଅନ୍ୟପକ୍ଷରେ ଗିଲ୍‌ ଓ ଆୟରଙ୍କ ଫର୍ମକୁ ନେଇ ଭାରତ ଚିନ୍ତାରେ ରହିଛି। ହାର୍ଦିକ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମଧ୍ୟ ଖେଳିବେ ନାହିଁ। ଯାହା ଫଳରେ ଭାରତ ୬ଜଣ ବ୍ୟାଟ୍‌ସମ୍ୟାନ ଓ ୫ଜଣ ବୋଲରଙ୍କୁ ନେଇ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ବ୍ୟାଟିଂ ବିଭାଗରେ ସେଭଳି ପରିବର୍ତ୍ତନର ସମ୍ଭାବନା ନାହିଁ।

ଅନ୍ୟପକ୍ଷରେ ଦ୍ରୁତ ବୋଲିଂରେ ଯଶପ୍ରୀତ ବୁମ୍‌ରା,ମହମ୍ମଦ ସାମି ଖେଳିବାବେଳେ ମହମ୍ମଦ ସିରାଜଙ୍କ ସ୍ଥାନରେ ରବୀଚନ୍ଦ୍ରନ ଅଶ୍ବିନ କିମ୍ବା ସାର୍ଦୁଳ ଠାକୁର ଖେଳିବାର ଆଶା କରାଯାଉଛି। ରବୀନ୍ଦ୍ର ଜାଡେଜା, କୁଳଦୀପ୍‌ ଯାଦବ ସ୍ପିନର ଭାବେ ଖେଳିବା ନିଶ୍ଚିତ। ସେହିପରି କୁଶଳ ମେଣ୍ଡିସଙ୍କ ନେତୃତ୍ବାଧିନ ଶ୍ରୀଲଙ୍କା ୬ଟି ମ୍ୟାଚରୁ ୨ଟି ବିଜୟ ଓ ୪ଟି ପରାଜୟ ବରଣ କରିଛି। ଦଳକୁ ସେମିଫାଇନାଲ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଭାରତ ବିପକ୍ଷ ମ୍ୟାଚକୁ କୌଣସି ମତେ ଜିତିବାକୁ ପଡିବ। ଦଳ ​‌େଶଷ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ବ୍ୟାଟିଂ ଓ ବୋଲିଂ ବିଭାଗରେ ଦୁର୍ବଳ ପ୍ରଦର୍ଶନ କରି ପରାଜିତ ହୋଇଥିଲା। ବ୍ୟାଟିଂରେ ସାଦିରା ସମରବିକ୍ରମା ୩୩୧ରନ, ପ୍ରଥୁମ ନିଶଙ୍କା ୨୮୯ରନ, କୁଶଳ ମେଣ୍ଡିସ ୨୬୮ରନ କରିଛନ୍ତି। ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ନିୟମିତ ରନ କରିବାରେ ସଫଳ ହେଉନାହାନ୍ତି। ବୋଲିଂରେ ଦିଲିସାନ ମଧୁସଙ୍କା ୧୩ଟି ଓ ଚାମିରା ରଜିଥା ୮ଟି ୱିକେଟ ନେଇଥିବାବେଳେ ଅନ୍ୟ କୌଣସି ବୋଲର ସେଭଳି ପ୍ରଭାବୀ ପ୍ରଦର୍ଶନ କରିପାରିନାହାନ୍ତି। ୨୦୧୧ ବିଶ୍ବକପ ଫାଇନାଲ ୱାଙ୍ଖଡେରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ଏଥିରେ ଭାରତ ୬ ୱିକେଟରେ ଜିତି ଦ୍ବିତୀୟ ଥର ପାଇଁ ବିଶ୍ବକପ ଜିତିଥିଲ। ୧୨ ବର୍ଷ ପରେ ଦୁଇ ଦଳ ଉକ୍ତ ଷ୍ଟାଡ଼ିୟମରେ ପୁଣି ଥରେ ମୁହଁାମୁହିଁ ହେବାକୁ ଯାଉଛନ୍ତି। ବର୍ତ୍ତମାନ ଭାରତର ପ୍ରଦର୍ଶନକୁ ଦେଖିଲେ ଶ୍ରୀଲଙ୍କା ପାଇଁ ମ୍ୟାଚ ଜିତିବା ବହୁତ କଷ୍ଟକର ମନେ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories