ମୁମ୍ବଇ: ମହାନ୍ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ବୁଧବାର ଅନାବରଣ କରାଯାଇଛି। ୨୨ ଫୁଟ ଉଚ୍ଚତା ବିଶିଷ୍ଟ କାଂସ୍ୟରେ ନିର୍ମିତ ପ୍ରତିମୂର୍ତ୍ତିରେ ତେନ୍ଦୁଲକରଙ୍କୁ ଏକ ସଟ୍ ଖେଳୁଥିବା ଦେଖିବାକୁ ମିଳିଛି। ଏହି ପ୍ରତିମୂର୍ତ୍ତିକୁ ଅହମ୍ମଦନଗରର ପ୍ରଖ୍ୟାତ ଶିଳ୍ପୀ ପ୍ରମୋଦ କାମ୍ବଲେ ନିର୍ମାଣ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହି ଅବସରରେ ନିଜେ ସଚିନ ତେନ୍ଦୁଲକର, ତାଙ୍କ ପତ୍ନୀ ଅଞ୍ଜଳି ଓ ଝିଅ ସାରା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍, ଏନ୍ସିପି ନେତା ଶରଦ ପୱାର, ବିିସିସିଆଇ ଉପସଭାପତି ରାଜୀବ ଶୁକ୍ଲା, ବିସିସିଆଇ ସମ୍ପାଦକ ଜୟ ଶାହା, ମୁମ୍ବଇ କ୍ରିକେଟ୍ ଆସୋସିଏସନ୍ ସଭାପତି ଆମୋଲ କାଲେ, ସମ୍ପାଦକ ଅଜିଙ୍କ୍ୟ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।
Popular Categories



