ଗୋପାଳପୁର: ଗୋପାଳପୁର ସମୁଦ୍ରରେ ସାଙ୍ଗ ମାନଙ୍କ ସହ ଗାଧୋଉଥିବା ବେଳେ ନୟାଗଡ଼ର ଓମକାର ଗତ ଶୁକ୍ରବାର ନିଖୋଜ ରହିଥିବା ବେଳେ ଆଜି ସକାଳେ ତାଙ୍କର ମୃତ ଶରୀରକୁ ଗୋପାଳପୁର ନଦୀ ମୁହାଣ ଅଞ୍ଚଳରେ ଭାସମାନ ଅବସ୍ଥାରେ ଲାଇଫଗାର୍ଡଙ୍କ ଦ୍ବାରା ଉଦ୍ଧାର କରାଯାଇଛି। ଶବ ଉଦ୍ଧାର ପରେ ପୁଲିସ ପକ୍ଷରୁ ପରିବାର ବର୍ଗଙ୍କୁ ଖବର ଦିଆଯିବା ସହ ବ୍ୟବଛେଦ ପରେ ହସ୍ତାନ୍ତର କରାଯାଇଛି।
ସୂଚନା ଅନୁସାରେ ଶୁକ୍ରବାର ସକାଳେ ନୟାଗଡ଼ରୁ ୮ ଜଣ ଯୁବକ, ଯୁବତୀ ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିଲେ। ସକାଳ ପ୍ରାୟ ସାଢେ଼ ୧୧ଟା ବେଳେ ଗୋପାଳପୁର ହୋଟେଲ ସି ସlଇଡ୍ ବ୍ରିଜ ନିକଟ ବେଳାଭୂମି ଠାରେ ସମସ୍ତେ ଗାଧୋଉଥିବା ବେଳେ ଅଚାନକ ଉଚ୍ଚ ଜୁଆର ଆସିବାରୁ ଓମ୍ କାର ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ଘଟଣା ନେଇ ସ୍ଥାନୀୟ ଲାଇଫ ଗାର୍ଡକୁ ଖବର ଦିଆଯାଇଥିଲାl ଲାଇଫ ଗାର୍ଡ ଜି. ଜଗନ୍ନାଥ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ ମଧ୍ୟ ନିଖୋଜ ଓମକାରଙ୍କ କୌଣସି ଖବର ପାଇ ନଥିଲେ। କନିଷି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା କୌଣସି ଖବର ମିଳି ପାରି ନଥିଲା।



