www.samajalive.in
Monday, December 15, 2025
27.1 C
Bhubaneswar

ଗେହ୍ଳାମାଁ କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଆଇଆରବି ଚମ୍ପିୟାନ

ବୌଦ୍ଧ: ବୌଦ୍ଧ କଚେରୀ ପଡ଼ିଆ ଠାରେ ଗେହ୍ଳାମାଁ କ୍ଲବ ପକ୍ଷରୁ ଚାଲିଥିବା ଗେହା୍ଳମାଁ କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦଯାପିତ ହୋଇଛି। ଉଦଯାପନ ଦିବସର ଫାଇନାଲ ମ୍ୟାଚ ସମ୍ବଲପୁର ଓ ଆଇଆରବି ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଗୋଟିଏ ଗୋଲ ଦେଇ ସମାନ ସ୍ଥିତିରେ ରହିଥିଲେ। ଫଳରେ ଟ୍ରାଇବ୍ରେକର ଜରିଆରେ ଆଇଆରବି ଦଳ ୩-୧ ଗୋଲରେ ସମ୍ବଲପୁର ଦଳକୁ ହରାଇ ଟୁର୍ଣ୍ରାମେଣ୍ଟ ଚମ୍ପିୟାନ ହୋଇଥିଲା ଓ ସମ୍ବଲପୁର ଦଳ ରନର୍ସ ହୋଇଥିଲା।। ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଳକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ନାରାୟଣ ପ୍ରସାଦ ପରିଜା,ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ବରିଷ୍ଠ କ୍ରିଡାବିତ ଯୁଗଳ କିଶୋର ସାମଲ ଯୋଗ ଦେଇଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ମ୍ୟାଚରେ ରେଫରୀ ଭାବରେ ଶେଷଦେବ ବେହେରା, ଶଶିକାନ୍ତ ଦାସିଆ, ଅଭିଳାଷ ସାହୁ ଓ ପ୍ରବୀଣ ବେହେରା ପରିଚାଳନା କରିଥିଲେ।

ବିଜେତା ଦଳକୁ ୭୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ଦଳକୁ ୫୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହା ସହ ଗେହ୍ଳାମାଁ ବ୍ଳକର ପୂର୍ବତନ ଖେଳାଳି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁସାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories