www.samajalive.in
Tuesday, December 9, 2025
15.1 C
Bhubaneswar

କାଶ୍ମୀର କୂଲଗାମ-ପୂଲବାମାରେ ଏନକାଉଣ୍ଟର: ଜାକିର ମୁସା ଗ୍ରୁପ ସଦସ୍ୟ ସମେତ ୩ ମୃତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଆଶ୍ରୟ ନେଇଥିବା ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନା ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ମଙ୍ଗଳବାର କାଶ୍ମୀରର କୁଲଗାମ ଜିଲାରେ ଏନକାଉଣ୍ଟର କରାଯାଇଛି। କୁଲଗାମର ରେଡ଼ବନୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏହି ଏନକାଉଣ୍ଟରରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି।
କେବଳ କୁଲଗାମ କାହିଁକି ପୁଲବାମାଠାରେ ମଧ୍ୟ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳକୁ ସେନା ପକ୍ଷରୁ ଘେରି ନିଆଯାଇଛି। ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି। ମୃତ ଆତଙ୍କବାଦୀ ଜାକିର ମୁସା ଗ୍ରୁପର ଅନସାର ଉଲ ଗଜବତୁଲ ବୋଲି ଜଣାପଡ଼ିଛି।
ଜମ୍ମୁ କାଶ୍ମୀରରେ ସେନା ପକ୍ଷରୁ ଆତଙ୍କବାଦୀ ନିପାତ କାର୍ଯ୍ୟକ୍ରମରେ ଚଳିତବର୍ଷ ଅଦ୍ୟାବଧି ୨୨୬ଜଣ ଆତଙ୍କବାଦୀଙ୍କୁ ମାରିବାରେ ସେନା ସଫଳ ହୋଇଛି। ୨୦୧୭ରେ ସେନା ପକ୍ଷରୁ ଉକ୍ତ ଘାଟିରେ ୨୧୩ଜଣ ଆତଙ୍କବାଦୀଙ୍କୁ ମାରିଥିବାବେଳେ ଏହି ରେକର୍ଡ଼କୁ ଚଳିତ ବର୍ଷ ସେନା ଭାଙ୍ଗି ନୂଆ ରେକର୍ଡ଼ କରିଛି।
କେବଳ ୩-୪ଦିନ ମଧ୍ୟରେ ସୁରକ୍ଷାକର୍ମୀମାନେ ୨୦ରୁ ଅଧିକ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛନ୍ତି। ଅପରପକ୍ଷରେ ୨୫ନଭେମ୍ବର ୨୦୧୮ ସୁଦ୍ଧା ଭାରତୀୟ ସେନାର ୫୬ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଗତ ବର୍ଷ ପୃଥକ ପୃଥକ ଅପରେସନରେ ୫୯ଜଣ ଯବାନ ସହିଦ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories