www.samajalive.in
Monday, December 15, 2025
15.1 C
Bhubaneswar

କାନାଡ଼ା ବିରୋଧରେ ଏଫଏଟିଏଫ୍‌କୁ ଅଭିଯୋଗ କରିବ ଭାରତ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀଙ୍କୁ ସମର୍ଥନ ଜଣାଇ ଆସୁଥିବା କାନାଡାକୁ ଏଫଏଟିଏଫ୍ ପରିସରଭୁକ୍ତ କରିବା ଲାଗି ଭାରତ ଯୋଜନା କରୁଛି। ଭାରତ ଅଭିଯୋଗ କରିଛି ଯେ କାନାଡା ସରକାର ଆତଙ୍କବାଦୀ ସଂଗଠନଗୁଡିକ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଆସୁଛନ୍ତି। ବିଶେଷକରି ସ୍ବତନ୍ତ୍ର ଖଲିସ୍ତାନ ରାଷ୍ଟ୍ରଗଠନ ନିମନ୍ତେ ଆନ୍ଦୋଳନ ଚଳାଇଥିବା ସଂଗଠନଗୁଡିକ ପ୍ରତି କାନାଡା କୋହଳ ମନୋଭାବ ପ୍ରଦର୍ଶନ କରୁଛି। ଖଲିସ୍ତାନ ସଂଗଠନଗୁଡିକର କାର୍ଯ୍ୟକଳାପକୁ ପରିଚାଳନା ନିମନ୍ତେ କାନାଡା ସରକାର ପାଣ୍ଠି ଯୋଗାଣ କରିଥିବା ନେଇ ଭାରତ ପ୍ରମାଣ ଉପସ୍ଥାପନ କରିଛି। ଏପରିକି କାନାଡା ମାଟିରେ କାର୍ଯ୍ୟ କରୁଥିବା ଖଲିସ୍ତାନୀ ସଂଗଠନଗୁଡିକ ବିରୋଧରେ ଏଠାକାର ସରକାର​‌ କୌଣସି ପଦକ୍ଷେପ ନେଉ ନାହିଁ। କାନାଡା ବିରୋଧରେ ଭାରତ ଏଫଏଟିଏଫ୍‌ ନିକଟରେ ବିଧିବଦ୍ଧ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛି। ଏପରିକି କାନାଡାକୁ ଏଫଏଟିଏଫ୍‌ର ଧୂସର ତାଲିକାରେ ସ୍ଥାନୀତ କରିବାକୁ ଭାରତ ଦାବି କରିବ। କାନାଡା ଯଦି ଏଫଏଟିଏଫ୍‌ର ଧୂସର ତାଲିକାଭୁକ୍ତ ହୁଏ ତେବେ ଏହା ଆନ୍ତର୍ଜାତିକ ଆର୍ଥିକ କଟକଣାର ସମ୍ମୁଖୀନ ହେବ। ଆତଙ୍କବାଦୀ ସଂଗଠନଗୁଡିକ ପ୍ରତି କୋହଳ ମନୋଭାବ ଯୋଗୁଁ ୨୦୧୮ ଜୁନ୍‌ରୁ ୨୦୨୧ ଅକ୍ଟୋବର ପର୍ଯ୍ୟନ୍ତ ପାକିସ୍ତାନ ଏଫଏଟିଏଫ୍‌ର ଧୂସର ତାଲିକାରେ ରହିଥିଲା। ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ୍) ହେଉଛି ଏକ ଆନ୍ତର୍ଜାତିକ ସଂଗଠନ। ୧୯୮୯ରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଏହି ସଂଗଠନରେ ଏବେ ୩୯ଟି ଦେଶ ଓ ୨ଟି ଆଞ୍ଚଳିକ ସଂଗଠନ ସଦସ୍ୟ ରହିଛନ୍ତି। ଏଫଏଟିଏଫ୍‌ ବିଶ୍ବ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ। ଏହା ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥାଏ। ଆତଙ୍କବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲାଗି ଏଫଏଟିଏଫ୍‌ ୪୦ଟି ପ୍ରସ୍ତାବ ଦେଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories