ଗୁରୁବାର ରାଶିଫଳ (୨୬.୧୦.୨୦୨୩)

ମେ​ଷ :​‌ ଉଭୟ ପକ୍ଷଙ୍କ ସଂଘର୍ଷ ସମୟରେ ହସ୍ତକ୍ଷେପ ନ କରି ସମାଧାନ କରିବାକୁ ଚେଷ୍ଟା କଲେ ଉଦ୍ୟମ ଫଳପ୍ରଦ ହେବ। ରାଜଯୋଗ ଥିବାରୁ ଉଚ୍ଚାସନ ମିଳିପାରେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ବୃଷ :​‌  ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ମିଳିବ। କରିତ୍‌କର୍ମା ହେବେ।

ମିଥୁନ : ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ଦୀର୍ଘଦିନର ଆଶା ପୂରଣ ହୋଇପାରେ। ଦୁଶ୍ଚିନ୍ତା ଦୂର ହେବା ସହ ଉନ୍ନତି ଘଟିବ।

କର୍କଟ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁଖୀ ଓ ଧୈର୍ଯ୍ୟବାନ୍‌ ହେବେ।

ସିଂହ : ଧନ କ୍ଷୟ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମନ ବିଷାଦଗ୍ରସ୍ତ ହୋଇପାରେ। ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ବିଶ୍ରାମ ନେଇପାରନ୍ତି। ପାଣ୍ଡିତ୍ୟ ଅର୍ଜନ କରିବେ। ଧର୍ମପ୍ରିୟ ହେବେ।

କନ୍ୟା : ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଭୂରି ଭୋଜନକରି ଆନନ୍ଦ ଉପଭୋଗ କରିପାରନ୍ତି। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ।

ତୁଳା : ଭାଇମାନଙ୍କ ସହାୟତା ପାଇ ଶତ୍ରୁ ପରାଜିତ କରିପାରନ୍ତି। ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଆଶାବାଦୀ ହେବେ। ଅନ୍ୟର ମଙ୍ଗଳ କାମନା କରି ନିଜେ ଉପକୃତ ହେବେ।

ବିଛା : ଉପୁଜିଥିବା ସଙ୍କଟ ଦୂର ହୋଇପାରେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ବ୍ୟବସାୟ ପୁସ୍ତିକା ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ।

ଧନୁ :  ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ପାରିବାରିକ ଜୀବନ ସ୍ନେହପୂର୍ଣ୍ଣ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ଅବସ୍ଥାର ସୁଧାର ଆସିବ। ସତର୍କରେ ଚଳିବେ।

ମକର : ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଠାକୁରଙ୍କ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ଆଶା ଫଳବତୀ ହେବ। ସଫଳତା ପାଇବେ।

କୁମ୍ଭ : ଗୁରୁକୃପା ଲାଭ କରିପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଊଣା ହେବ ନାହିଁ। ବିଭିନ୍ନ ସ୍ତରରୁ ଧନାଗମ ହେବ।

ମୀନ : ବିବାଦୀୟ ଘଟଣାରେ ବିଜୟ ହାସଲ କରିବେ। ଶୁଭକାର୍ଯ୍ୟ କରଣୀୟ। ଧର୍ମଧାରଣା ଶାନ୍ତିଦାୟକ ହେବ। ରୋଜଗାର ଊଣା ହେବନି। ଚିନ୍ତାଧାରା ଉନ୍ନତମାନର ହେବ। ବନ୍ଧୁଙ୍କ ଦ୍ବାରା ଉପକୃତ ହେବେ।

Comments are closed.