www.samajalive.in
Sunday, December 14, 2025
26.1 C
Bhubaneswar

ଦୁଇ ଭାରତୀୟଙ୍କୁ ଆମେରିକାର ସର୍ବୋଚ୍ଚ ବିଜ୍ଞାନ ସମ୍ମାନ

ୱାଶିଂଟନ୍‌ : ଦୁଇ ଭାରତୀୟ ବୈଜ୍ଞାନିକ ଅଶୋକ ଗାଡ଼ଗିଲ ଓ ଶୁଭ୍ର ସୁରେଶଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଶ୍ରେଷ୍ଠ ବିଜ୍ଞାନ ସମ୍ମାନ (ନ୍ୟାସନାଲ ମେଡାଲ ଅଫ୍‌ ଟେକ୍‌ନୋଲଜି ଆଣ୍ଡ ଇନୋଭେସନ୍‌) ମିଳିଛି। ମଙ୍ଗଳବାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏକ ବିଶେଷ​‌ ଉତ୍ସବରେ ସେମାନଙ୍କୁ ଏହି ମେଡାଲ ପ୍ରଦାନ କରିଛନ୍ତି। ମୁମ୍ବଇରେ ଜନ୍ମିତ ଗାଡ଼ଗିଲ ସମ୍ପ୍ରତି ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆରେ ପ୍ରାଧ୍ୟାପକ ଓ ଲରେନ୍ସ ବର୍କଲି ନ୍ୟାସନାଲ ଲବରେଟୋରୀରେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ସେ ମୁମ୍ବଇ ବିଶ୍ବବିଦ୍ୟାଳୟ ଓ ଆଇଆଇଟି କାନ୍‌ପୁରରେ ଉଚ୍ଚଶିକ୍ଷା ଗ୍ରହଣ ପରେ କାଲିଫର୍ଣ୍ଣିଆ ୟୁନଭର୍ସିଟିରେ ଯୋଗ ଦେଇଥିଲେ। ସେହିପରି ସୁରେଶ ମଧ୍ୟ ମୁମ୍ବଇ ଜନ୍ମିତ। ସେ ମାଡ୍ରାସ୍‌ ଆଇଆଇଟିରୁ ବି.ଟେକ୍‌ ଶିକ୍ଷା ପରେ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲଜି(ଏମ୍‌ଆଇଟି)ରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସମ୍ପ୍ରତି ବାୟୋଇଞ୍ଜିନିୟର ତଥା ମ୍ୟାଟେରିଆଲ୍ସ ସାଇଣ୍ଟିଷ୍ଟ ଭାବେ ସେ ଏମ୍‌ଆଇଟିରେ କାର୍ଯ୍ୟରତ। ଏସିଆ ଜନ୍ମିତ ପ୍ରଥମ ପ୍ରଫେସର ଭାବେ ସେ ଏମ୍‌ଆଇଟି ଅଧୀନ ୫ଟି ସ୍କୁଲର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories