www.samajalive.in
Monday, December 15, 2025
15.1 C
Bhubaneswar

କନ୍ଧମାଳ କୁଇସମାଜ ଯୁବ ପରିଷଦ ତରଫରୁ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳର ବିଲାମାଳ ପଞ୍ଚାୟତ ଧୁମାମାସ୍କା ଗ୍ରାମର ସ୍କୁଲ ପଡିଆରେ କନ୍ଧମାଳ କୁଇ ସମାଜ ଯୁବ ପରିଷଦ ଏବଂ ବିଲାମାଳ କୁଟିଆ କନ୍ଧ ଯୁବ ପରିଷଦ ତରଫରୁ ମିଳିତ ଆନୁକୁଲ୍ୟରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୌଳିକ ଅଧିକାର, ଶିକ୍ଷାର ବିକାଶ, ଜାତି ସୁରକ୍ଷା, ଭାଷା ସୁରକ୍ଷା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା, ଚାଷ ଓ ଗୃହ ପାଳିତ ପଶୁ ପକ୍ଷୀ ପାଳନ ଦ୍ଵାରା ଲାଭବାନ ଭଳି ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଅତିଥି ମାନଙ୍କୁ କୁଟିଆ ସମ୍ପ୍ରଦାୟର ଲୋକମାନେ ଫୁଲ ଚନ୍ଦନ ଏବଂ ପୁଷ୍ପଗୁଚ୍ଛ ଦେଇ ପାରମ୍ପରିକ ବେଶରେ ବାଜା ଓ ନୃତ୍ୟରେ ସ୍ଵାଗତ କରିଥିଲେ। ଦୟାନିଧି ଜାନୀ ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲିକ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ନୀରଦ ଚନ୍ଦ୍ର କହଁର ଓ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନଳିନୀ କହଁର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କହଁର, ଫୁଲବାଣୀ କୁଇ ସମାଜ ସେବା ସମିତି  ସଭାପତି ସୁଦର୍ଶନ କହଁର, ସମ୍ପାଦକ ଅବନୀ କୁମାର କହଁର, କୋଷାଧକ୍ଷ ଭାବିନ୍ଦ୍ର କହଁର, କୁଇଭାଷା ସାହିତ୍ୟ ସମିତି, କୁଇଦିନା, ଓଡିଶାର ସଭାପତି ଦୀନବନ୍ଧୁ କହଁର, କୁଇ ସମାଜ ଯୁବ ପରିଷଦ ସଭାପତି ଦେବାଶିଷ କହଁର, କୁଇ କୂଳ ସମିତି ବାଲିଗୁଡ଼ା ସଭାପତି ମନୋଜ ମଲିକ, ନିଖିଳ ଉତ୍କଳ କୁଇସମାଜ ୟୁନିଅନ ଘୁ.ଉଦୟଗିରି ସଭାପତି ପୁଷାରା କହଁର, କୁଟିଆ କନ୍ଧ ସମାଜ ସଭାପତି ମନୋଜ ମାଝୀ, ସମ୍ପାଦକ ରଞ୍ଜିତ ମାଝୀ, କଳାହାଣ୍ଡି ଭବାନୀପାଟଣା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନଳିନୀ କହଁର,ମହିଳା ନେତ୍ରୀ ସୁଶ୍ରୀ କୁସୁମୀ ପ୍ରଧାନ, ମୁନିଗୁଡା ବ୍ଲକ ସଭାପତି ତ୍ରିପତି କିଲାକା, ପୂର୍ବତନ ସରପଞ୍ଚ ମଣ୍ଡଳ, ବିଲାମାଳ ସଭାପତି ଯୋଗେଶ୍ଵର ଜାନୀ,ସମ୍ପାଦକ ପୃଥିବାସ ମାଝୀ, କୋଟଗଡ ଶିକ୍ଷକ ତଥା ସମାଜସେବୀ ଶ୍ରୀଯୁକ୍ତ ବୁଲୁ ମଲିକ,ରାୟଗଡା ବିଷମକଟକ ସମାଜସେବୀ ଟିବୁ ସାରକା, ମଙ୍ଗରାଜ ପ୍ରଧାନ, ଆଲୋକ କହଁର ସମେତ ବିଭିନ୍ନ ଅଞ୍ଚଳରୁ ଅନେକ ଜ୍ଞାନୀ, ଗୁଣି, କବି, କବୟିତ୍ରୀ, ସମାଜସେବୀ,ବୁଦ୍ଧିଜୀବୀ,ଛୋଟବଡ ଭାଇ ଓ ଭଉଣୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ କବି ଏବଂ ସମାଜସେବୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ଏବଂ ଉପସ୍ଥିତ ଥିବା  ଅତିଥି ସମ୍ମାନିତ ଅତିଥି ସମସ୍ତେ କୁଇ ସାସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ କୁଇ କବି ପ୍ରଦୀପ କହଁର  ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories