କାରରେ ଆସି ମଟରସାଇକେଲରେ ଯାଉଥିବା ଟ୍ରକ ଚାଳକଙ୍କୁ ଆକ୍ରମଣ
ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ କୃଷ୍ଣ ନଗର ନିକଟରେ ଦିବାଲୋକରେ ଏକ କାରରେ କିଛି ଦୁର୍ବୁତ୍ତ ଆସି ମଟରସାଇକେଲ ଯାଉଥିବା ଦୁଇ ଟ୍ରକ ଚାଳକଙ୍କୁ ଖଣ୍ଡାରେ ହାଣି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଆକ୍ରମଣରେ ଗୋପାଳପୁର ଥାନା ଅଧୀନ ମାଣ୍ଡିଆପଲ୍ଲୀ ଅଞ୍ଚଳର ପି. ଲୋକନାଥ ରେଡି ଗୁରୁତର ଆହତ ହୋଇଥିବା ବେଳେ ଗୋଷାଣୀ ନୂଆଗାଁର ଜି. ରାମବାବୁ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, ବୁଦବାର ଦିନ ୧୨ଟା ବେଳେ ଲୋକନାଥ ଓ ଜି. ରାମବାବୁ ଏକ ମଟର ସାଇକେଲ ଯୋଗେ ବ୍ରହ୍ମପୁରରେ ଯାଉଥିବା ବେଳେ କୃଷ୍ଣ ନଗର ନିକଟରେ ହଠାତ ଏକ ପାଉଁଶିଆ ରଙ୍ଗର କାରରେ ୪-୫ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇବା ସହ ସାଙ୍ଗରେ ଆଣିଥିବା ଖଣ୍ଡାରେ ଉଭୟ ଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଲୋକନାଥ ଗୁରୁତର ଆହତ ହୋଇଥିବା ବେଳେ ରାମବାବୁ ଭୟରେ ଘଟଣା ସ୍ଥଳରୁ ଦୌଡି ପଳାଇଥିଲେ। କାରଟି ଦ୍ରୁତ ଗତିରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ଗିରିସୋଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଗୋଳନ୍ଥରା ପୁଲିସ ମେଡିକାଲରେ ପହଞ୍ଚି ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ଏବଂ ଏ ନେଇ ଥାନାରେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ଦେଇଛି ।
Comments are closed.