ବୁର୍ଲାର ଦୁଇଟି ସ୍ଥାନରେ ରାବଣ ଦହନ
ଗୋଲଗୁଣ୍ଡା ନେତାଜୀ ବୋଷ ଖେଳପଡ଼ିଆ ଏବଂ ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମରେ ରାବଣ ଦହନ
ବୁର୍ଲା : ଶିକ୍ଷାନଗରୀ ବୁର୍ଲା ସହରର ମୁଖ୍ୟ ଆକର୍ଷଣ ସାଜିଥିବା ପ୍ରସିଦ୍ଧ ରାବଣ ଦହନ ଉତ୍ସବ ଜନସାଧାରଣଙ୍କ ପାଇଁ ପାର୍ବଣର ମୁଖ୍ୟ ଉତ୍ସବ ହୋଇଥିଲା । ଚଳିତ ବର୍ଷ ମହା ଆଡ଼ମ୍ବର ସହକାରେ ରାବଣ ଦହନ ପର୍ବ ଅନୁଷ୍ଠିତ ହୋଇଥିଲା। ଯାହାକି ସ୍ଥାନୀୟ ବାସୀନ୍ଦାଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମ ଏବଂ ଗୋଲଗୁଣ୍ଡା ନେତାଜୀ ବୋଷ ଖେଳ ପଡ଼ିଆରେ ରାବଣ ଦହନ ଦୁଇଟି କିମିଟି ଦ୍ୱାରା ପାଳିତ ହୋଇଯାଇଛି।
ଏହି ରାବଣ ଦହନରେ ସହର ସମେତ ଆଖପାଖ ସମ୍ବଲପୁର, ବରଗଡ଼, ସୋନପୁର ତଥା ବାହାର ଅଞ୍ଚଳରୁ ହଜାର ହଜାର ମାତ୍ରାରେ ଲୋକେ ଏହି ପ୍ରସିଦ୍ଧ ରାବଣ ଦହନ ଯାତ୍ରା ଦେଖିବା ପାଇଁ ଭିଡ଼ ସମାଗମ ହୋଇଥିଲା। ଜନସାଧାରଣ ବହୁଳ ମାତ୍ରାରେ ରାବଣ ଦହନକୁ ଉପଭୋଗ କରିଥିଲେ। “ବୁର୍ଲା କଣ୍ଟ୍ରାକ୍ଟର୍ସ କଲୋନି ଦଶହରା କମିଟି” ପକ୍ଷରୁ ରାବଣ ଦହନ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ଏକ ବିଶାଳ ରାବଣ ତିଆରି କରାଯାଇଥିବା ବେଳେ ଗୋଲଗୁଣ୍ଡା ଖେଳ ପଡ଼ିଆ ଠାରେ ଆୟୋଜିତ ହୋଇଥିଲା। ବୁର୍ଲା କୃଷ୍ଣ ମନ୍ଦୀରରୁ ପୁଜାର୍ଚ୍ଚନା କରାଯାଇ ଶ୍ରୀରାମଙ୍କ ଭୁମିକାରେ ଗୋଲୁ, ଲକ୍ଷ୍ମଣଙ୍କ ଭୁମିକାରେ କ୍ରିଷ୍ଣା ଏବଂ ଶ୍ରୀରାମ ଭକ୍ତ ହନୁମାନଙ୍କ ପ୍ରାଣପ୍ରତିଷ୍ଠା ପରେ ହନୁମାନଙ୍କ ଭୁମିକାରେ ପ୍ରଦୀପ ସାହୁ ରହିଥିବା ବେଳେ ପଟୁଆର ବୁର୍ଲା ନଗର ପରିକ୍ରମା କରି ରାବଣ ଦହନ ସ୍ଥାନ ଗୋଲଗୁଣ୍ଡା ପଡ଼ିଆରେ ପହଞ୍ଚିଥିଲା। ରାବଣ ବେଶରେ ନିରଜ ଲଖାନି ଥିବା ବେଳେ ସୀତା ବେଶରେ ଜ୍ୟୋତି ରହିଥିଲେ। ବିଶେଷକରି ସୁନେଲି ରଥରେ ରଥାରୁଢ଼ ହୋଇ ପଟୁଆର ବାହାରି ଥିଲା । ଏହାପରେ ରାବଣପୋଡ଼ି ପ୍ରବଳ ଭିଡ଼ରେ ଅନୁଷ୍ଠିତ ହୋଇଥିଲା। ୬୫ ବର୍ଷର ପରମ୍ପରାକୁ ଆଖିଆଗରେ ରଖି ଅସ୍ଥାୟୀ ଗୋଲଗୁଣ୍ଡା ଖେଳ ପଡ଼ିଆରେ ରାବଣ ପୋଡ଼ି କରାଗଲା।
ସେହିପରି ବୁର୍ଲା ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମ ମଧ୍ୟରେ ଏକ ରାବଣପୋଡ଼ି କଚ୍ଚା ମାର୍କେଟ ରାବଣ ଦହନ କମିଟି ପକ୍ଷରୁ ଅନୁଷ୍ଠିତ ହୋଇଥିଲା।
Comments are closed.