www.samajalive.in
Sunday, December 14, 2025
19.1 C
Bhubaneswar

ପାର୍ବଣରେ ଝଲସୁଛି ଆଠଗଡ଼ – କନ୍ତୋଲ ବଜାର

ଆଠଗଡ଼: ଦୁର୍ଗାପୂଜା ଓ ଦଶହରା ଉପଲକ୍ଷେ ଆଠଗଡ଼ ସହର ଓ କନ୍ତୋଲ ଅଞ୍ଚଳ ରଙ୍ଗବେରଙ୍ଗ ଆଲୋକମାଳା ଓ ତୋରଣରେ ଝଲସି ଉଠିଛି। ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଢେର ଆଗରୁ ଏପରିକି ନବରାତ୍ର ସମୟରେ ଆଠଗଡ଼ର ମୁଖ୍ୟ ରାସ୍ତା ଏବଂ କନ୍ତୋଲର ମୁଖ୍ୟରାସ୍ତା ଆଲୋକମାଳା ଓ ତୋରଣରେ ଯାଜୁଲ୍ୟମାନ ହୋଇଛି। ଆଠଗଡ଼ ସହର ଓ କନ୍ତୋଲ ଅଞ୍ଚଳରେ ୫ଟି ଅଞ୍ଚଳରେ ଦେବୀ ଦୁର୍ଗାଙ୍କ ମୂଣ୍ମୟୀ ପ୍ରତିମା ପୂଜା ପାଉଥିବାବେଳେ ବାକି ପ୍ରାୟ ୨୫ଟି ସ୍ଥାନରେ ହରପାର୍ବତୀଙ୍କ ମୂଣ୍ମୟୀ ପ୍ରତିମା ପୂଜା ହେଉଛନ୍ତି। ଆଠଗଡ଼ର ଦୁର୍ଗାବଜାର, ରାସରସିକପୁର, ଚାନ୍ଦବାଲିଛକ ବଜାର, କନ୍ତୋଲ ଦୁର୍ଗାବଜାର ଏବଂ ହାଟବଜାରରେ ମା’ ଦୁର୍ଗାଙ୍କ ମୂଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି। ଦେବୀପୀଠ ଗୁଡିକରେ ଶନିବାର ମହାଷ୍ଟମୀ ପୂଜା ଚାଲିଥିବାବେଳେ ପୂଜା ମଣ୍ଡପ ଗୁଡିକରେ ଆଜି ମହାସପ୍ତମୀ ପୂଜା ହେଉଛି। ଆସନ୍ତା କାଲି ରବିବାର ମହାଷ୍ଟମୀ ଅବସରରେ ଅନ୍ୟାନ୍ୟ ସମସ୍ତ ବଜାର ଓ ସାହିବସ୍ତିର ପୂଜାମଣ୍ଡପରେ ହରପାର୍ବତୀଙ୍କର ଆନୁଷ୍ଠାନିକ ପୂଜା ଅନୁଷ୍ଠିତ ହେବ। ପାର୍ବଣ ଲାଗି ବଜାରଘାଟ ବହୁ ଜନସମାଗମ ହୋଇଥିବାବେଳେ ପୁଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂଜା ପୂର୍ବରୁ ଗତ ଦୁଇଦିନ ମଧ୍ୟରେ ପୂର୍ତ୍ତବିଭାଗ ପକ୍ଷରୁ ଖାଲଖମା ଥିବା ରାସ୍ତା ମରାମତି କରାଯାଇଥିବାବେଳେ ଏନଏସି ପକ୍ଷରୁ ବ୍ୟାପକ ସଫେଇ କରାଯାଇଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories