www.samajalive.in
Sunday, December 7, 2025
23.1 C
Bhubaneswar

କରତାରପୁର କରିଡର ଭବିଷ୍ୟତ ପାଇଁ ବିପଦ : ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ : ସୋମବାର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କରତାରପୁର କରିଡରର ଶିଳାନ୍ୟାସ କରିଛନ୍ତି। କିନ୍ତୁ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଏହାକୁ ନେଇ ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଏହା ଦେଶ ପାଇଁ ଏକ ଅସୁରକ୍ଷିତ ପଦକ୍ଷେପ, ପାକିସ୍ତାନ ଏହାର ଦୂରୁପଯୋଗ କରିବାର ସମ୍ଭାବନା ରହିଛି।
ସେ ଆହୁରି କହିଛନ୍ତି ଯେ କରିଡର ନିକଟରେ କଡାକଡି ସୁରକ୍ଷା ବ୍ୟବସ୍ଥା ନାହିଁ। ଚାନ୍ଦିନୀଚୌକ ଠାରେ ୨୫୦ ଟଙ୍କାରେ ପାସପୋର୍ଟ ମିଳିବ। ଏଥିପାଇଁ ଲୋକମାନଙ୍କୁ ୬ମାସ ମଧ୍ୟରେ ପଞ୍ଚିକରଣ କରିବା ଆବଶ୍ୟକ। କିନ୍ତୁ ପାକିସ୍ତାନ ଲୋକମାନଙ୍କୁ ଏଠାକୁ ଆସିବାକୁ ଅନୁମତି ନଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ନଭେମ୍ବର ୨୨ ତାରିଖରେ କେନ୍ଦ୍ର ସରକାର ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଅବସରରେ କରତାରପୁର କରିଡର ସଡକ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସଡକ ନିର୍ମାଣ ହେବାପରେ ଶିଖ ମାନେ ପାକିସ୍ତାନର ରାବି ନଦୀ କୂଳରେ ଅବସ୍ଥିତ ଗୁରୁଦ୍ୱାର ଦର୍ଶନ କରିପାରିବେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories