ଫୁଲବାଣୀ,: ଫୁଲବାଣୀ ବ୍ଲକ ଅନ୍ତର୍ଗତ ବେଲପଦର ନିକଟରେ ଜଣେ ଯୁବକ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିବା ବେଳେ ସେହି ରାସ୍ତା ଦେଇ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା କୌଣସି କାମରେ ଫୁଲବାଣୀ ଆସୁଥିବା ବେଳେ ଦେଖିବାକୁ ପାଇ ତୁରନ୍ତ ଉକ୍ତ ଯୁବକଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଣି ଭର୍ତ୍ତି କରି ମାନବିକତାର ପରିଚୟ ଦେଖାଇଛନ୍ତି। ମିଳିଥିବା ଖବର ଅନୁଯାୟୀ ଗୋଛାପଡା ଥାନା ଅନ୍ତର୍ଗତ କିକିଯୋଡ଼ା ଗ୍ରାମର ରାଜା କହଁର ନାମ ଯୁବକ ମୋଟର ସାଇକେଲରେ ଫୁଲବାଣୀରୁ ନିଜ ଘରକୁ ଫେରୁଥିବା ବେଳେ ବେଲପଦର ନିକଟରେ ମୋଟର ସାଇକେଲ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଫଳରେ ଉକ୍ତ ଯୁବକ ଗୁରୁତର ଆହତ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ। କିଛି ସମୟ ପରେ ସେହି ରାସ୍ତା ଦେଇ ଗୋଛାପଡା ଥାନା ଅଧିକାରୀ କୌଣସି କାମରେ ଫୁଲବାଣୀ ଯାଉଥିବା ବେଳେ ସେହି ଯୁବକଙ୍କୁ ଦେଖିଥିଲେ ଏବଂ ତୁରନ୍ତ ନିଜ ଗାଡ଼ିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଫୁଲବାଣୀରେ ନେଇ ଭର୍ତ୍ତି କରି ମାନବିକତା ଦେଖାଇଛନ୍ତି।
Popular Categories



