www.samajalive.in
Sunday, December 14, 2025
26.1 C
Bhubaneswar

ଦୁଇ ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଫୁଲବାଣୀ: ଫୁଲବାଣୀସ୍ଥିତ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଦୁଇ ସରକାରୀ ଶିକ୍ଷାନିଷ୍ଠାନ ‘ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ’ ଓ ‘ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ’ ମଧ୍ୟରେ ଏକ ବହୁମୁଖୀ ବୁଝାମଣା ପତ୍ର ଉଭୟ ଅଧ୍ୟକ୍ଷଙ୍କ ସହମତିରେ ମଙ୍ଗଳବାର ସ୍ୱାକ୍ଷରିତ ହୋଇଛି। ଦୁଇ ଶିକ୍ଷାନୁଷ୍ଠାନର ପାରସ୍ପରିକ ସହମତି ଓ ସହଯୋଗ ଭିତ୍ତିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଆବଶ୍ୟକତା ଅନୁଯାୟୀ ଶିକ୍ଷଣ କାର୍ୟ୍ୟ ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ଛାତ୍ରଛାତ୍ରୀ ବିନିମୟ ବ୍ୟବସ୍ଥା, ମାନବ ସମ୍ବଳ ଓ ଭିତ୍ତିଭୂମିର ସହଯୋଗ, ଉଚ୍ଚତର ଶିକ୍ଷା ଗବେଷଣା, ପ୍ରଯୁକ୍ତି ସହାୟତା, ସ୍ୱଳ୍ପ କାଳୀନ ତାଲିମ ବ୍ୟବସ୍ଥା, ଆଲୋଚନା ଚକ୍ର, କର୍ମଶାଳା ଆଦି ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହି ବୁଝାମଣା ପତ୍ର କାର୍ୟ୍ୟକ୍ରମରେ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଈଶ୍ୱର ପଟେଲ, ଅନ୍ତରୀଣ ଗୁଣବତ୍ତା ପରୀକ୍ଷଣ ସଂଯୋଜକ ଡ଼. ରଶ୍ମୀରଞ୍ଜନ ପୁହାଣ ଓ ଡ଼. ଦୋଳ ଗୋବିନ୍ଦ ସାହୁ ଏବଂ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସୁବାଶ ଚନ୍ଦ୍ର ପ୍ରଧାନ, ମୂରଲୀଧର ସେଠୀ ଓ ଡ଼. ଶ୍ରୀନିବାସ ଆଚାର୍ୟ୍ୟ ଉପସ୍ଥିତ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories