www.samajalive.in
Sunday, December 14, 2025
23.1 C
Bhubaneswar

କନ୍ଧମାଳରେ ଶୀତର ପ୍ରବେଶ, କୁହୁଡ଼ି ସହ ହାଲକା ଥଣ୍ଡା

ଫୁଲବାଣୀ: ସାମାନ୍ୟ ଡେରିରେ ହେଲେ ବି କନ୍ଧମାଳରେ ପ୍ରବେଶ କରିଛି ଶୀତ। ଏବେ ଦୁଇ ତିନି ଦିନ ହେଲା ହାଲକା ଥଣ୍ଡା ସହ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ପ୍ରାୟ ୮ଟା ପର୍ୟ୍ୟନ୍ତ କୁହୁଡିର ଆସ୍ତରଣ ଯୋଗୁଁ ସୂର୍ୟ୍ୟ କିରଣ ପଡିବାରେ ବିଳମ୍ବ ହେଉଛି। ସାଧାରଣତଃ କନ୍ଧମାଳ ଜିଲ୍ଲାକୁ ଅଗଷ୍ଟ/ସେପ୍ଟେମ୍ବର ମାସରେ ଶୀତ ଆସି ଯାଇଥାଏ। କିନ୍ତୁ ଜଳବାୟୁରେ ପରିବର୍ତ୍ତନ କାରଣରୁ କିଛି ବର୍ଷ ହେଲା ଶୀତ ଆସିବାର ସାମାନ୍ୟ ବିଳମ୍ବ ହେଉଛି। ଏବେ ଫୁଲବାଣୀ ସହର ସକାଳୁ କୁହୁଡ଼ିର ସଫେଦ ଚାଦରରେ ଢାଙ୍କି ହୋଇ ରହୁଥିବା ଦେଖିବାକୁ ମିଳୁଛି। ତେବେ ଏହାର ମଜା ନେଉଛି ସ୍ତାନୀୟ ଲୋକେ। ମର୍ଣ୍ଣିଂ ଓ୍ବାକ ଓ ସକାଳୁଆ ବ୍ୟାୟାମକାରୀ ମାନେ ଏହାର ମଜା ଉଠାଉଛନ୍ତି। ଦିନକୁ ଦିନ ତାପମାତ୍ରା ବି କମିବାରେ ଲାଗିଛି। ସୋମବାର ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ଥିବା ବେଳେ ମଙ୍ଗଳବାର ୧୬.୫ ଏବଂ ବୁଧବାର ୧୮ ଡିଗ୍ରୀ ରହିଛି। ସେହିଭଳି ଦାରିଙ୍ଗବାଡ଼ିରେ ତାପମାତ୍ରା ସୋମବାର ୧୫ ଡିଗ୍ରୀକୁ ବୁଧବାର ୧୬ ଡିଗ୍ରୀ ରହିଥିବା ପାଣପାଗ ବିଭାଗ ସୂତ୍ରରୁ ପ୍ରକାଶ। ତେବେ ୨୦୨୨ ମସିହାରେ କନ୍ଧମାଳ ଜିଲାରେ ଅକ୍ଟୋବର ୨୪ ତାରିଖରେ ଶୀତ ଛୁଇଁଥିଲା।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories