www.samajalive.in
Monday, December 15, 2025
14.1 C
Bhubaneswar

ଦ୍ଵିତୀୟ ଦିନରେ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ, ଶ୍ରେଣୀ ବର୍ଜନ କରି ଧାରଣା

ବୌଦ୍ଧ: ବୌଦ୍ଧ ଜିଲା ବଘିଆପଡ଼ାଠାରେ ଥିବା ଆଇଟିଆଇରେ ଅଧକ୍ଷ୍ୟଙ୍କ ମନମାନି ଅଭିଯୋଗ କରି ଗତ ସୋମବାର ଦିନ ଠାରୁ ଛାତ୍ର ଛାତ୍ରୀ ଆନ୍ଦୋଳନ କରିଆସୁଛନ୍ତି। ଛାତ୍ର ଛାତ୍ରୀ ସୋମବାର ଦିନ ଉତ୍ୟକ୍ତ ହୋଇ ବୌଦ୍ଧ-ବଘିଆପଡ଼ା ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। କିନ୍ତୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ରାସ୍ତା ଅବରୋଧ କଲେ ତମ ମାନଙ୍କ ନାମରେ ମାମଲା ହେବ ବୋଲି କହିବାପରେ ଭୟରେ ଛାତ୍ର ଛାତ୍ରୀ ରାସ୍ତା ଅବରୋଧରୁ ଓହରି ସିଧା ଜିଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଥିଲେ। କିନ୍ତୁ ମିଟିଙ୍ଗରେ ଜିଲାପାଳ ବ୍ୟସ୍ତ ଥିବାରୁ ଦୀର୍ଘ ସମୟ ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ଜିଲାପାଳଙ୍କୁ ଅପେକ୍ଷା କରିବା ପରେ ନିରାଶ ହୋଇ ଫେରିଯାଇଥିଲେ। ମଙ୍ଗଳବାର ଦିନ ପୁଣି ଛାତ୍ର ଛାତ୍ରୀମାନେ ଜିଲାପାଳ ଆସି ଆଲୋଚନା କରନ୍ତୁ ବୋଲି ଦାବୀ କରି ଆଇଟିଆଇରେ ଶ୍ରେଣି ବର୍ଜନ କରି ଧାରଣାରେ ବସିଥିଲେ। ଅପରାହ୍ନରେ ଜିଲାପାଳ ଆଇଟିଆଇକୁ ଯାଇ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ଛାତ୍ର ଛାତ୍ରୀଙ୍କ ସମସ୍ୟା ନେଇ ଆଲୋଚନା କରିବାପରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିବା ପରେ ଛାତ୍ର ଛାତ୍ରୀମାନେ ଆନ୍ଦୋଳନରୁ ଓହରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories