www.samajalive.in
Sunday, December 14, 2025
19.1 C
Bhubaneswar

ମୋ ମାଟି ମୋ ଦେଶ ପାଇଁ ସଂଗୃହିତ ମାଟି ହସ୍ତାନ୍ତର

ଲଡୁଗାଁ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କୋକସରା ସଦର ମହକୁମା ଠାରେ ମୋ ମାଟି ମୋ ଦେଶ ସଂଗୃହୀତ ମାଟି ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଭାଜପା ଜିଲ୍ଲା ଉପ ସଭାପତି ତଥା କୋକସରା ବ୍ଲକ ପ୍ରଭାରୀ ଲକ୍ଷ୍ମୀକାନ୍ତ ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ କୋକସରା ବ୍ଲକର କୋକସରା, ମୋଟେର ଓ ଆମପାଣି ମଣ୍ଡଳର କାର୍ଯ୍ୟକର୍ତ୍ତା ଯୋଗଦେଇ ସଂଗ୍ରହ କରାଯାଇଥିବା ମାଟିକୁ ଧରି ଏକ ଶୋଭାଯାତ୍ରାରେ ବାହାରି ମାଟି ସଂଗ୍ରହର ଉଦ୍ଦେଶ୍ୟ ବିଷୟରେ ଜନସାଧାରଣଙ୍କୁ ବୁଝାଇଥିଲେ। ପରେ ହନୁମାନ ମନ୍ଦିର ନିକଟରେ ସଂଗୃହିତ ମାଟିକୁ ଭୁବନେଶ୍ୱର ଓ ସେଠାରୁ ଦିଲ୍ଲୀ ପଠାଇବା ପାଇଁ ବରିଷ୍ଠ ବିଜେପି ନେତା ଜନାର୍ଦ୍ଦନ ପଣ୍ଡା ଓ ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ ମାଟି କଳସକୁ ହସ୍ତାନ୍ତର କରିଥିଲେ। କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସୁଧୀର କୁମାର ପାତ୍ର, କୋକସରା ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, କୋକସରା ମଣ୍ଡଲ ସମ୍ପାଦକ ତ୍ରିନାଥ ଶବର, ଆମପାଣି ମଣ୍ଡଳ ଉପ ସଭାପତି ନାନକ ଚାନ୍ଦ ଅଗ୍ରୱାଲ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ, ନରେନ୍ଦ୍ର ପ୍ରଧାନୀ, ନବୀନ ପ୍ରଧାନୀ, ଧର୍ମାନନ୍ଦ ନେଗି, ଜବାହାର ଲାଳ ପ୍ରଧାନୀ, ନୀଳକଣ୍ଠ ମାଝୀ, ସୁଜିତ ସିଂ ରାଜପୁତ, ଉପ ସଭାପତି ଗୋପାଳ ଅଗ୍ରୱାଲ, ସମ୍ପାଦକ ମନୋଜ ନାଏକ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories