www.samajalive.in
Monday, December 15, 2025
14.1 C
Bhubaneswar

ଶିତଳାପଲ୍ଲୀ ଟାଟା ସୁପର ସ୍ପେସିଆଲିଟି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ କେବେ ?

ଗୋପାଳପୁର : ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା  ଶିତଳାପଲ୍ଲୀ ଠାରେ ଟାଟା ପକ୍ଷରୁ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯିବା ସହ ଗତ ୨୦୧୮ ଏହାର ନିର୍ମାଣ କାମ ସରିଯାଇଥିଲା । କିନ୍ତୁ ଆଜି ଯାଏଁ ଏହା କାର୍ଯ୍ୟକ୍ଷମ ହୋଇ ପାରିନଥିବା ବେଳେ ଦୀର୍ଘ ବର୍ଷ ଧରି ଦକ୍ଷିଣ ଓଡ଼ିଶା ବାସୀଙ୍କୁ ଉନ୍ନତ ତଥା ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇଦେବାକୁ ଯେଉଁ ଦାବି କରାଯାଉଛି ତାହା ପୂରଣ ହୋଇ ପାରୁନାହିଁ। ଇତି ମଧ୍ୟରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ରଙ୍କ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କ ସମେତ ୫-ଟି ସଚିବଙ୍କୁ ଦକ୍ଷିଣ ଓଡ଼ିଶା ବାସୀଙ୍କ ନିମନ୍ତେ ଜରୁରୀକାଳୀନ ସେବା ପ୍ରଦାନରେ ବ୍ରହ୍ମପୁର ବଡ ମେଡିକାଲ ପଛରେ ପଡି ଯାଇଥିବା  ବେଳେ ଏଠାରେ  କର୍ପୋରେଟ୍ ହସ୍ପିଟାଲର ବ୍ୟବସ୍ଥା କରିବାକୁ ନିବେଦନ କରିବା ସହ ଶୀତଳାପଲ୍ଲୀ ଠାରେ ଥିବା ଟାଟା ସୁପର ସ୍ପେସିଆଲିଟି ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବାକୁ ଦାବି ଜଣାଇଛନ୍ତି ।
ସୂଚନାଯୋଗ୍ୟ  ବ୍ରହ୍ମପୁର ସହର ଉପକଣ୍ଠ  ଶୀତଲାପଲ୍ଲୀ ରାଜସ୍ବ ମୌଜାର ସରକାରୀ ଜମିରେ ୫୦୦ ଶଯ୍ୟା ବିଶିଷ୍ଟ ଟାଟା ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ନିମନ୍ତେ ରାଜ୍ୟସରକାର ଗତ ୨୦୧୪ରେ  କନିସି ତହସିଲ ଅନ୍ତର୍ଗତ ଶୀତଲାପଲ୍ଲୀ  ରାଜସ୍ବ ମୌଜାରେ  ଖାତା ନମ୍ବର ୬୨୯/୫ ଏବଂ ଖାତା ନମ୍ବର ୬୩୧/୧ ପ୍ଲଟ ର ମୋଟ ୪୪.୩୦୦ ଡିସିମିଲି ଜମିକୁ ଯାହା ବିସ୍ଥାପିତ କଲୋନୀ ନିମନ୍ତେ ସଂରକ୍ଷିତ ରଖାଯାଇଥିଲା ସରକାର ବିନା ମୂଲ୍ୟରେ ଟାଟା ହସ୍ପିଟାଲ ନିର୍ମାଣ ପାଇଁ ସରକାରୀ ଜମି  ପ୍ରଦାନ କରିଥିଲେ । ଉକ୍ତ ଜମିରେ ଟାଟା କମ୍ପାନୀ ପକ୍ଷରୁ  ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କାମ ଆରମ୍ଭ କରିଥିଲା। ଏଠାରେ  ୫୦୦ ଶଯ୍ୟା ବିଶିଷ୍ଟ ଚାରି ମହଲା ବିଶିଷ୍ଟ କୋଠା ନିର୍ମାଣ ପାଇଁ ଗତ ୨୦.୦୪.୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ। ୨୦୧୮ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହେଇଥିଲା ।ହସପିଟାଲରେ ରୋଗୀ ସେବା ନିମନ୍ତେ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ସହ ପ୍ରଥମ ଦଫାରେ ୨୦୦ ରୋଗୀଙ୍କ ପାଇଁ ଶଯ୍ୟା ସହିତ ଉନ୍ନତ ଧରଣର ଆସିୟୁ, ନର୍ସିଙ୍ଗ ହଷ୍ଟେଲ, ଡକ୍ଟର ବାସଗୃହ, ଅତିଥି ଭବନ, ଛ ଗୋଟି ଅପରେସନ ଥିଏଟର ଆଦିର ସୁବିଧା ଉପଲବ୍ଧ ରହିବା ସହ  ଭେଷଜ, ଅପରେସନ , ନିସ୍ତେଜକ, ସ୍ତ୍ରୀ ଓ ପ୍ରସୂତି, ଶିଶୁ କର୍ଣ୍ଣ ନାସା ଗଳା, ପାଥୋଲୋଜି ସହିତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଯାଇଛି । ଏହ ସହ ମେଡିକାଲ ପରିସରରେ ୬୭,୦୫୯ ବର୍ଗ ଫୁଟର  ପାର୍କିଂ ସ୍ଥାନ ରହିଛି।

ଉକ୍ତ  ହସ୍ପିଟାଲ ୨୦୧୮ ମସିହାରେ ନିର୍ମାଣ କାର୍ଯ୍ୟ ସମାପ୍ତ ପରେ କୋଲକାତାର ଏକ ଘରୋଇ ସଂସ୍ଥାକୁ ଦିଆଯାଇଥିଲା, କିନ୍ତୁ ଆଜି ଯାଏଁ  ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଗତ ୨୦୨୦ରେ ମସିହାରେ କୋରନା ମହାମାରୀ ଯୋଗୁଁ  ରାଜ୍ୟସରକାର ଏହି ହସପିଟାଲକୁ କୋରନା ହସ୍ପିଟାଲ ଭାବେ ବ୍ୟବହାର କରିଥିଲେ। କିନ୍ତୁ ୨୦୨୦ ଠାରୁ ଦୁଇବର୍ଷ ହେଲା  ଉକ୍ତ କୋଠାରେ ତାଲା ଝୁଲୁଥିବା ଦେଖା ଯାଇଛି ।ରାଜ୍ୟ ସରକାର ସମ୍ପୂର୍ଣ ମାଗଣାରେ  ୪୪.୩୦୦ ଏକର ଜମି ଟାଟାକୁ ପ୍ରଦାନ କରିଥିଲେ। ହସ୍ପିପିଟାଲ କାର୍ଯ୍ୟକ୍ଷମ ହେବା ପରେ ଟାଟା ଥଇଥାନ କଲୋନୀରେ ବାସକରୁଥିବା ୫୦୦୦ ପରିବାର, ଟାଟା ଷ୍ଟିଲ କର୍ମଚାରୀ ସହିତ ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ପଡୋଶୀ ଜିଲ୍ଲା ଏବଂ ଆନ୍ଧ୍ର ପ୍ରଦେଶର ଅନେକ ଅଞ୍ଚଳ ବାସୀ ସ୍ୱାସ୍ଥ୍ୟ ସୁବିଧା ପାଇଁ ପାରିଥାନ୍ତେ। ଉକ୍ତ ହସ୍ପିଟାଲର ବଜ଼ାର ମୂଲ୍ୟ ପ୍ରାୟ ୧ ହଜାର କୋଟି ଟଙ୍କା ହେଉଥିବା ବେଳେ ଏହା ମଧ୍ୟରେ ଟାଟା ଉକ୍ତ ହସପିଟାଲକୁ ବିକ୍ରି କରିବାକୁ ଗତ ବର୍ଷ ଏକ ତୃତୀୟ ପକ୍ଷ ମାଧ୍ୟମରେ ନୋଟିସ ବାହାର କରିଥିଲେ। କିନ୍ତୁ ଏହାକୁ ନେଇ ସେହି ସମୟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ସରକାର ଟାଟା ହସ୍ପିଟାଲ ବିକ୍ରୟ ନୋଟିସକୁ ତୁରନ୍ତ ବାତିଲ କରି ନିର୍ମିତ ହସ୍ପିଟାଲ ସହ ଉଦ୍ଧିଷ୍ଟ ଗୃହ ଇତ୍ୟାଦିକୁ ସରକାରୀ ସମ୍ପତ୍ତି ଘୋଷଣା କରିବାକୁ ଉଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ ହୋଇଥିଲା। ଏଥି ସହ ଓଡିଶାବାସୀଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ବିକ୍ରୟ ପ୍ରକ୍ରିୟା ବାତିଲ ସହିତ  ରାଜ୍ୟସରକାର ଉପରୋକ୍ତ ଟାଟା ହସ୍ପିଟାଲ ଜମି ଓ କୋଠାବାଡ଼ି ରାଜ୍ୟସରକାରଙ୍କୁ ସମ୍ପତି ଘୋଷଣା କରିବା ଉଚ୍ଚ ନ୍ୟାୟାଳୟ ରେ ପ୍ରାର୍ଥନା କରାଯାଇଥିଲା। ଏହା ସହ ଗତ ଜୁନ ମାସରେ ପୁଣି ଥରେ ଭାରତୀୟ ବିକାଶ ପରିଷଦ ସମେତ ଟାଟା କଲୋନୀ ରେ ରହୁଥିବା କିଛି ବିସ୍ଥାପିତ ପରିବାର ପକ୍ଷରୁ ଏହି ମେଡିକାଲକୁ ବିକ୍ରି କରିବା ପରିବର୍ତ୍ତେ ନିଜେ ଏହାର ପରିଚାଳନା ଦାୟିତ୍ୱ ନେବା ପାଇଁ ଏକ ଜନ ସ୍ବାର୍ଥ ମାମଲା ରୁଜୁ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଜମିରୁ ଖଜଣା ଆଦାୟ କରିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ସହ ପୂର୍ବର ସମସ୍ତ ଖଜଣା ଦେୟକୁ ଛାଡ କରିବା ଘୋଷଣାକୁ ନେଇ ଅଞ୍ଚଳରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜୁନ ୨୧ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟାଟାଷ୍ଟିଲ ଲିମିଟେଡ୍ ଦ୍ବାରା ସୁପର ସ୍ପେସିଆଲିଟି ହସ୍ପିଟାଲ୍ ପ୍ରତିଷ୍ଠା ନିମନ୍ତେ ଯୋଗାଇ ଦିଆଯାଇଥିବା ଏ.୪୩.୦୫୦ଡି. ସରକାରୀ ଜମି ବାବଦରେ ଦେବାକୁ ଥିବା ଇନ୍ସିଡେଣ୍ଟାଲ ଚାର୍ଜେସ୍ ଓ ଦଖଲ ଦିଆଯାଇଥିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଲାଗୁ ହେଉଥିବା ବାର୍ଷିକ ଭୂ-ରାଜସ୍ବ ଓ ବାର୍ଷିକ ସେସ୍ ଓ ସମସ୍ତ ବକେୟା ଦେୟ ଉପରେ ସୁଧ ଛାଡ କରିବା ନିମନ୍ତେ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏବଂ ଟାଟା ଷ୍ଟିଲ୍ ଲିମିଟେଡ୍ କୁ ଉକ୍ତ ଜମିକୁ ଲିଜ୍ ରେ ନେବା ନିମନ୍ତେ ବର୍ତ୍ତମାନ ଠାରୁ ରିହାତି ମୂଲ୍ୟରେ ଏକର ପ୍ରତି ଟ.୧୦୦/- ହିସାବରେ ବାର୍ଷିକ ଭୂ-ରାଜସ୍ବ ଓ ଭୂ-ରାଜସ୍ବର ୭୫ ଶତକଡା ହିସାବରେ ବାର୍ଷିକ ସେସ ଦେବାକୁ ପଡିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଗତ ଜୁନ ମାସରେ ଉଚ୍ଚ ନ୍ୟାୟାଳୟରେ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରାଯାଇ ରାଜ୍ୟ ସରକାରଙ୍କ ମେଡିକାଲ ନେଇ ସଠିକ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ଖଜଣା ଛାଡ, ଖଜଣା ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇ ଟାଟାକୁ ଉକ୍ତ ମେଡିକାଲ ବିକ୍ରି କରିବା ନିଷ୍ପତ୍ତିକୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ବିରୋଧ କରାଯାଇଥିଲା । ଏଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଟାଟା ସୁପର ସ୍ପେସିଆଲିଟି ହସପିଟାଲ କାର୍ଯ୍ୟକ୍ଷମ କରାଇବାକୁ ସାଧାରଣରେ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories