ଭୁବନେଶ୍ୱର: ଖୋର୍ଦ୍ଧା ଆଇନ ସେବା ପ୍ରାଧିକାରଣଙ୍କ ନିର୍ଦେଶ ଅନୁଯାୟୀ ଜିଲ୍ଲା ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଉକ୍ତ ଲୋକ ଅଦାଲତରେ ମୋଟ ୪୩ ହଜାର ୮୨୧ ମାମଲା ଆଗତ କରାଯାଇଥିଲା। ସେଥିମଧ୍ୟରୁ ୩୮ ହଜାର ୩୯୮ଟି ମାମଲା ଫଇସଲା କରାଯାଇଛି। ଏଥିରୁ ପ୍ରାୟ ୨ କୋଟି ୭୧ ଲକ୍ଷ ଟଙ୍କା ରାଜସ୍ବ ଏବଂ ଜିମାରାଶି ଆଦାୟ ଓ ସ୍ଥିରିକୃତ ହୋଇଛି।
ଆଜିର ଲୋକ ଅଦାଲତ ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ନିଶିଥ ନିଶାଙ୍କ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୌଦାମିନୀ ସିଂଙ୍କ ପରାମର୍ଶ ଅନୁଯାୟୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ରାଜସ୍ବ ଅଧିକାରୀ ଓ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।



