www.samajalive.in
Monday, December 15, 2025
17.1 C
Bhubaneswar

ଲକ୍ଷ୍ମୀନାରାୟଣ ନଦିଆ ଗୋଷ୍ଠୀର ବାର୍ଷିକ ଉତ୍ସବ

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ କଖଡିର ଲକ୍ଷ୍ମୀନାରାୟଣ ନଦିଆ ଗୋଷ୍ଠୀର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ବିଷ୍ଣୁଚରଣ ମହାରଣା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଆଧ୍ୟାତ୍ମିକ ଭାବ ସମସ୍ତଙ୍କ ଭିତରେ ଅମୃତର ଭାବନା ସୃଷ୍ଟି କରି ଏକ ସୁସ୍ଥ ସମାଜ ସୃଷ୍ଟିକରିବାରେ ସହାୟକ ହୋଇଥାଏ । ସଂକୀର୍ତ୍ତନ ଓ ନଦିଆ ଗୋଷ୍ଠୀ ସମାଜରେ ଆଧ୍ୟାତ୍ମିକତାର ଭାବଧାରାକୁ ଅଧିକ ରୁଦ୍ଧିମନ୍ତ ଓ ରୁଚିମନ୍ତ କରି ଗଢିତୋଳିବାରେ ସହାୟକ ହୋଇଥାଏ ବୋଲି ଶ୍ରୀ ମହାରଣା କହିଥିଲେ। ମଞ୍ଚେଶ୍ୱର, ଘଣ୍ଟିଖାଲ, ଧୁରୁଷିଆ, ଅନନ୍ତପୁର ଓ କଖଡି ପଞ୍ଚାୟତର ବିଭିନ୍ନ ନଦିଆଗୋଷ୍ଠୀର ସଦସ୍ୟମାନେ ଅଂଶଗ୍ରହଣ କରି ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିଥିଲେ । ଲକ୍ଷ୍ମୀନାରାୟଣ ନଦିଆ ଗୋଷ୍ଠୀର ମୁଖ୍ୟ ଶରତ ଚନ୍ଦ୍ର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ କଖଡି ଗ୍ରାମ୍ୟ କମିଟି ସଭାପତି ଦିଲ୍ଲିପ ଛତାରା, ସୁରେନ୍ଦ୍ର ମହାନ୍ତି, ମାୟାଧର ଦଳାଇ, ପୂର୍ବତନ ସରପଞ୍ଚ ଭାଗିରଥି ସାହୁ, ଅନାମ ଚରଣ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ସୁଶାନ୍ତ କୁମାର ମୁଦୁଲି, ରମେଶ ଚନ୍ଦ୍ର ନାୟକ, କାଳନ୍ଦିଚରଣ ସାମଲ, ନରେନ୍ଦ୍ର ନାୟକ, ମୀନକେତନ ନାୟକ ଓ ସ୍ୱାଧୀନ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories