www.samajalive.in
Monday, December 15, 2025
27.1 C
Bhubaneswar

୨୦୨୮ ଅଲିମ୍ପିକ୍‌ସରେ କ୍ରିକେଟ୍‌ ସାମିଲ

ମୁମ୍ବଇ: ୨୦୨୮ରେ ଲସ୍‌ ଆଞ୍ଜେଲର୍ସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍‌ସରେ କ୍ରିକେଟ୍‌କୁ ସାମିଲ କରାଯାଇଛି। ଅଲିମ୍ପିକ୍‌ସରେ କ୍ରିକେଟ୍‌କୁ ସାମିଲ କରାଯିବା ପ୍ରସ୍ତାବକୁ ଶୁକ୍ରବାର ମୁମ୍ବଇରେ ଆୟୋଜିତ ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି (ଆଇଓସି) ବୈଠକରେ ସ୍ବୀକୃତି ପ୍ରଦାନ କରାଯାଇଛି।

ବୈଠକ ଶେଷ ହେବା ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ଆଇଓସି ସଭାପତି ଥୋମାସ ବାଚ୍‌ କହିଥିଲେ ୨୦୨୮ ଲସ୍‌ ଆଞ୍ଜେଲର୍ସ ଅଲିମ୍ପିକ୍‌ସରେ ଟ୍ବେଣ୍ଟି୨୦ କ୍ରିକେଟ୍‌କୁ ସାମିଲ କରିବାକୁ ଆୟୋଜକଙ୍କ ତରଫରୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ ଆଇଓସି ଅନୁମୋଦନ କରିଛି। କ୍ରିକେଟ୍‌ ବ୍ୟତୀତ ଏହି ଅଲିମ୍ପିକ୍‌ସରେ ବେସ୍‌ବଲ, ଫ୍ଲାଗ ଫୁଟବଲ, ସ୍କ୍ବାଶ ଓ ଲାକ୍ରୋସ୍‌ ଆଦି ​‌େଖଳକୁ ସାମିଲ କରାଯିବା ପ୍ରସ୍ତାବକୁ ଆଇଓସି ସ୍ବୀକୃତି ଦେଇଛି। ବିଶ୍ବରେ ଟ୍ବେଣ୍ଟି୨୦ କ୍ରିକେଟ୍‌ର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ୨୦୨୮ ଅଲିମ୍ପିକ୍‌ସରେ ଏକାଧିକ ନାମୀ କ୍ରିକେଟର୍‌ଙ୍କୁ ଦେଖିବାକୁ ଦର୍ଶକ ସୁଯୋଗ ପାଇବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ୨୦୨୮ ଅଲିମ୍ପିକ୍‌ସରେ ଉଭୟ ମହିଳା ଓ ପୁରୁଷ ବିଭାଗରେ ୬ଟି ଲେଖାଏଁ ଦଳକୁ ସାମିଲ କରିବାକୁ ଆୟୋଜକଙ୍କ ତରଫରୁ ଯୋଜନା ରହିଛି। ତେବେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା ହୋଇନାହିଁ। ଅନ୍ୟପକ୍ଷରେ ୨୦୨୮ ଅଲିମ୍ପିକ୍‌ସରେ ବକ୍ସିଂକୁ ସାମିଲ କରାଯିବ କି ନାହିଁ ସେ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ପରିଚାଳନାଗତ ବିବାଦକୁ ନେଇ ଅନ୍ତର୍ଜାତୀୟ ବକ୍ସିଂ ମହାସଂଘର ସ୍ବୀକୃତିକୁ ଆଇଓସି ପ୍ରତ୍ୟାହାର କରିଥିବାରୁ ଏହି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories