www.samajalive.in
Monday, December 15, 2025
16.1 C
Bhubaneswar

ଶତାୟୁ ମହିଳା ମାୟା ଦେବୀଙ୍କ ପରଲୋକ

ବିରିଡି : ସ୍ଥାନୀୟ ବାଲିଆ ଗୋପିନାଥପୁର ଗ୍ରାମର ଶତାୟୁ ମହିଳା ମାୟା ଦେବୀଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୫ରୁ ଅଧିକ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ପୂର୍ବରୁ ୧୯୭୬ ମସିହାରେ ତାଙ୍କ ସ୍ୱାମୀ ହରେକୃଷ୍ଣ ହୋତାଙ୍କର ପରଲୋକ ଘଟିଥିଲା। ମାୟା ଦେବୀଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ମାୟା ଦେବୀ ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। ବିବାହ ପୁର୍ବରୁ ସେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଡାକରାରେ ବାନର ସେନାରେ ସାମିଲ ହୋଇ ଗାଁ ଗାଁ ବୁଲି ସ୍ୱାଧୀନତାର ସଂଗ୍ରାମର ବାର୍ତ୍ତା ପ୍ରଚାର କରୁଥିଲେ। ସେ ମଧ୍ୟ ଜଣେ ଧର୍ମପ୍ରାଣ ମହିଳା ଥିଲେ। ପୁରାତନ ଢଗ-ଢମାଳି, ଚମ୍ପୁ, ଛାନ୍ଦ ଓ ଗୀତରେ ତାଙ୍କର ଅଗାଧ ଜ୍ଞାନ ଥିଲା। ସେ ଅଧିକାଂଶ ସମୟ ରେଡିଓ ଶୁଣିବାକୁ ଭଲ ପାଉଥିଲେ।

ଆଜି ଅପରାହ୍ନରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠ ପୁତ୍ର ବଂଶୀଧର ହୋତା ମୁଖାଗ୍ନି ଦେଇଥିଲେ। ଶେଷ କୃତ୍ୟ ସମୟରେ ପୁଅ-ବୋହୂ, ଦୁଇ ଝିଅ ପ୍ରମିଳା ଏବଂ ଉର୍ମୀଳା, ନାତି-ନାତୁଣୀ, ନାତୁଣୀ ବୋହୂ, ନାତୁଣୀ ଜ୍ୱାଇଁ, ପରିବାର ସଦସ୍ୟ ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories