www.samajalive.in
Tuesday, December 9, 2025
19.1 C
Bhubaneswar

ମୁକ୍ତିଲାଭ କଲା ‘୨.୦’ ର ପ୍ରଥମ ଗୀତ

ମୁମ୍ବଇ : ରବିବାର ମୁକ୍ତିଲାଭ କରିଛି ‘୨.୦’ ର ପ୍ରଥମ ଗୀତ ‘ତୁ ହି ରେ…’। ଏହି ଗୀତକୁ ହିନ୍ଦୀ ଓ ତାମିଲ ଦୁଇଟି ଭାଷାରେ ମୁକ୍ତିଲାଭ କରାଯାଇଛି। ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ଟ୍ରେଲର ନଭେମ୍ବର ୩ ତାରିଖରେ ମୁକ୍ତିଲାଭ କରାଯାଇଥିଲା। ଓସ୍କାର ବିଜେତା ଏ.ଆର. ରହମାନ୍‍ ଏହାର ସଙ୍ଗୀତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି। ଏହି ଗୀତରେ ଏମି ଜ୍ୟାକ୍ସନ୍‍ ରଜନୀକାନ୍ତଙ୍କ ରୋବୋଟ୍‍ ଚରିତ୍ରର ପ୍ରେମିକା ସାଜିଛନ୍ତି। ଦୁହେଁ ଗୀତରେ ରୋବୋଟ୍‍ ଭଳି ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।

‘୨.୦’ ଚଳଚ୍ଚିତ୍ର ମାଧ୍ୟମରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବ। ଏହା ଭାରତର ସବୁଠାରୁ ଅଧିକ ଦାମୀ ଚଳଚ୍ଚିତ୍ର। ଏହା ନଭେମ୍ବରରେ ୨୯ ତାରିଖରେ ମୁକ୍ତିଲାଭ କରିବ।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories