ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଜାଗରଣ ଉତ୍ପାଦକ କମ୍ପାନୀ
ପଞ୍ଚମ ସାଧାରଣ ପରିଷଦ ବୈଠକ
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଓ୍ବାଇ କୁଲେସିକା ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷା ଆରତୀ କୁଳଦୀପ, ସିଓ୍ବାଏସଡିରର ଦକ୍ଷିଣାଞ୍ଚଳ ମୁଖ୍ୟ ରମେଶ ଚନ୍ଦ୍ର ସ୍ବାଇଁ ,ବ୍ଲକ୍ କୃଷି ଅଧିକାରୀ ସୁର୍ଯ୍ୟକାନ୍ତ ନାହକ, ସହାୟକ ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ ଉପସ୍ଥିତ ରହି ମହିଳା ଚାଷୀ ମାନଙ୍କ ପାଇଁ ନିଜ ବିଭାଗର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ସିଡିପିଓ ପାର୍ବତୀ ଆଚାର୍ଯ୍ୟ ମହିଳାମାନଙ୍କ ବିକାଶ ଲାଗି ସମସ୍ତ ମହିଳା କମ୍ପାନୀର କାର୍ଯ୍ୟ ଧାରାରେ ଅନ୍ତର୍ଭୁକ୍ତ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ମାନଙ୍କୁ ଓଡ଼ିଶା ମିଲେଟ୍ ମିଶନର ଖାଦ୍ୟ ଉତ୍ସବ ମାଧ୍ୟମରେ ମାଣ୍ଡିଆରେ ତିଆରି ଖାଦ୍ୟସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରକାରୀ ବିଭାଗ ତଥା କମ୍ପାନୀ ର ପ୍ରବର୍ତ୍ତିକା ଓ ନିର୍ଦେଶିକା ମଣ୍ଡଳୀ ମାନଙ୍କ ଉପସ୍ଥିତିରେ କମ୍ପାନୀରେ ହୋଇଥିବା ଲାଭାଂଶ ର କିଛି ଅଂଶରୁ ଗୋଟିଏ ଲେଖାଏଁ ଟିଫିନ୍ ବାକ୍ସ ବିତରଣ କରାଯାଇଥିଲା। ଏହି ସଭାକୁ ସିଓ୍ବାଏସଡିର ଅଜିତ୍ କୁମାର ବିଶୋଇ, ଚିତ୍ତ ରଞ୍ଜନ ଗୌଡ଼,ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଗଗନ ବିହାରୀ ପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ଲକ୍ଷ୍ମୀପୁର ବ୍ଳକର ୮୮୩ଜଣ ସଫଳ ଚାଷୀ ୨୦୧୬ ମସିହାରେ ଅଳ୍ପ କେତେଜଣ ଉତ୍ପାଦକ ଚାଷୀଙ୍କୁ ନେଇ ଆରମ୍ଭ ହୋଇଥିଲା ‘ଜାଗରଣ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ’ । ଏହି ଅଗ୍ରଣୀ ମହିଳାମାନେ ନିଜେ ଚାଷ ବାସ କରିବା ସହ ନିଜର କମ୍ପାନୀକୁ ଆହୁରି ଆଗକୁ ନେବାପାଇଁ ନିଜର ଜଙ୍ଗଲ ଯାତ ଦ୍ରବ୍ୟ ତଥା କୃଷିଭିତ୍ତିକ ପନିପରିବା ଆଦିକୁ ବିକ୍ରିବଟା କରିବା ସହ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି। ସେମାନଙ୍କର ଏଭଳି ସଫଳତାକୁ ଆହୁରି ଉପରକୁ ନେବାପାଇଁ ସରକାର ସେମାନଙ୍କୁ ବିଗତ ଦୁଇ ବର୍ଷ ହେବ ମାଣ୍ଡିଆ ମଣ୍ଡିର ଦାୟିତ୍ଵ ଦେଇ ଅଧିକରୁ ଅଧିକ ପ୍ରୋତ୍ସାହିତ କରୁଛନ୍ତି।
Comments are closed.