www.samajalive.in
Monday, December 15, 2025
14.1 C
Bhubaneswar

ଏସୀୟ କ୍ରୀଡ଼ାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ : ୮୧ ଛୁଇଁଲା ପଦକ ସଂଖ୍ୟା

ଏସୀୟ କ୍ରୀଡ଼ା ଊନବିଂଶତମ ସଂସ୍କରଣରେ ଭାରତ ନୂତନ କୀର୍ତ୍ତିମାନ ସୃଷ୍ଟି କରିଛି।‌ ପଦକ ଜିତିବାରେ ଏକ ସଂସ୍କରଣରେ ଭାରତ ସର୍ବାଧିକ ପଦକ ଜିତିପାରିଛି। ଭାରତ ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ଏବେ ସୁଦ୍ଧା ୧୮ ସ୍ବର୍ଣ୍ଣ, ୩୧ ରୌପ୍ୟ ଓ ୩୨ କାଂସ୍ୟ ସହ ମୋଟ ୮୧ ପଦକ ଜିତିଛି। ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଭାରତ ୧୬ଟି ସ୍ବର୍ଣ୍ଣ, ୨୩ ରୌପ୍ୟ ଓ ୩୧ଟି କାଂସ୍ୟ ପଦକ ସହ ମୋଟ ୭୦ ପଦକ ଜିତିଥିଲା। ଯାହା ଏସୀୟ କ୍ରୀଡ଼ାର ଏକ ସଂସ୍କରଣରେ ସର୍ବାଧିକ ପଦକ କୀର୍ତ୍ତିମାନ ରହିଥିଲା। ଉକ୍ତ କୀର୍ତ୍ତିମାନ ହ୍ବାଙ୍ଗଝୋରେ ଅତିକ୍ରମ ହୋଇଛି।

ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ଫାଇନାଲରେ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା ସେମିଫାଇନାଲରେ ଭାରତ ୫-୩ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଏଥି ସହିତ ଭାରତ ଏକ ପଦକ ନିଶ୍ଚିତ କରିଛିା ଶୁକ୍ରବାର ଭାରତ ସ୍ବର୍ଣ୍ଣ ପଦକ ଲାଗି ଫାଇନାଲ ମ୍ୟାଚ ଜାପାନ ସହିତ ଖେଳିବ।
ଗ୍ରୁପ ଅପରାଜୟ ଭାରତ ସେମିଫାଇନାଲରେ ମଧ୍ୟ ପ୍ରଦର୍ଶନକୁ ବଜାୟ ରଖି ଖେଳିଥିଲା। ପ୍ରଥମ କ୍ବାର୍ଟରରେ ଭାରତର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୫ମ ମିନିଟ୍‌ରେ ଭାରତ ପକ୍ଷରୁ ହାର୍ଦିକ ସିଂହ ପ୍ରଥମ ଗୋଲ ଦେଇଥିଲେ। ୧୧ ମିନିଟ୍‌ରେ ମନଦୀପ୍‌ ସିଂହ ଦ୍ବିତୀୟ ଓ ୧୫ ମିନିଟ୍‌ରେ ଲଳିତ କୁମାର ଉପାଧ୍ୟାୟ ତୃତୀୟ ଗୋଲ ଦେଇଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଭାରତ ୩-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ଖେଳର ୧୭ ମିନିଟ୍‌ରେ ଦକ୍ଷିଣ କୋରିଆ ପକ୍ଷରୁ ଗୁଙ୍ଗ ମାଞ୍ଜେ ପ୍ରଥମ ଓ ୨୦ ମିନିଟ୍‌ରେ ଦ୍ବିତୀୟ ଗୋଲ ଦେଇ ମ୍ୟାଚକୁ ୨-୩ ସ୍ତରକୁ ଆଣିଥିଲେ। ୨୪ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଅମିତ ରୋହିଦାସ ଗୋଲରେ ପରିଣତ କରି ଦଳକୁ ୪-୨ରେ ଆଗୁଆ କରିଥିଲେ। ତୃତୀୟ କ୍ବାର୍ଟର ତଥା ଖେଳର ୪୨ ମିନିଟ୍‌ରେ ଦକ୍ଷିଣ କୋରିଆ ପକ୍ଷରୁ ଗୁଞ୍ଜ ମାଞ୍ଜେ ତୃତୀୟ ଗୋଲ ଦେଇଥିଲେ। ତୃତୀୟ କ୍ବାର୍ଟର ସୁଦ୍ଧା ଭାରତ ୪-୩ ଗୋଲରେ ଆଗୁଆ ରହିଥିଲା। ଅନ୍ତିମ କ୍ବାର୍ଟର ଖେଳ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଦକ୍ଷିଣ କୋରିଆ ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରିଥି​ଲେ‌ ମଧ୍ୟ ଭାରତ କୌଣସି ସୁଯୋଗ ଦେଇନଥିଲା। ୫୪ ମିନିଟ୍‌ରେ ଭାରତ ପକ୍ଷରୁ ଅଭିଷେକ ୫ମ ଗୋଲ ଦେଇ ଦଳକୁ ୫-୩ରେ ବିଜୟୀ କରାଇଥିଲେ। ସେହିପରି ଦ୍ବିତୀୟ ସେମିଫାଇନାଲରେ ଜାପାନ ୩-୨ ଗୋଲରେ ଚୀନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଭାରତ -ଜାପାନ ମଧ୍ୟରେ ଫାଇନାଲ ଓ ଚୀନ୍‌- ଦକ୍ଷିଣ କୋରିଆ କାଂସ୍ୟ ପଦକ ପାଇଁ ମ୍ୟାଚ ଖେଳିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories