କଲମପୁର : ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଗଣ ଧାରଣା ଆନ୍ଦୋଳନ ଜାରି ରହିଛି । ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ବୁଧବାର ଧର୍ମଗଡ ଉପଖଣ୍ଡ ଅଂଚଳରେ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ କରିବା ପାଇଁ ଡାକରା ଦିଆଯାଇଥିଲା । କ୍ରିୟାନୁଷ୍ଠାନ କମିଟିର ଏହି ବନ୍ଦ ଡାକରାକୁ କଲମପୁର ବଣିକ ସଂଘ ସମର୍ଥନ ଦେଇ ଦୋକାନ ବଜାର ବନ୍ଦ କରିଥିଲେ। ଅନ୍ୟପଟେ ଯାନ ବାହାନ ଚଳାଚଳ ସ୍ୱଭାବିକ ରହିଥିଲା । ଯୁବନେତା ବିଜୟ ଦେବ ସାହୁ, ନବୀନ କୁମାର ପଣ୍ଡା, ଚେରୁ ନାଏକ, ଅମୀର ଅଲ୍ଲୀ, ସୌରଭ କୁମାର ବେହେରା, ହରେକୃଷ୍ଣ ସାହୁ, ଚତୁର୍ଭୁଜ ପଣ୍ଡା, ପୁଣ୍ଡରୀକାକ୍ଷ ନାଏକ, ନୀଳକଣ୍ଠ ସୁନାନୀ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ନେତୃତ୍ୱରେ ବ୍ଲକ, ତହସିଲ, କୃଷି, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ସମବାୟ ବ୍ୟାଙ୍କ ସମତ ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରାଯାଇଥିଲା।
Popular Categories



