www.samajalive.in
Monday, December 15, 2025
15.1 C
Bhubaneswar

ବାଇକ ଧକ୍କାରେ ଶିଶୁ ଗୁରୁତର, ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

କଲମପୁର : କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ବାବୁକେନ୍ଦୁଗୁଡା ନିକଟରେ ବୁଧବାର ଏକ ବାଇକ ଦୁର୍ଘଟଣା ଘଟିଛି । ଏଥିରେ  ଜଣେ ୫ ବର୍ଷ ବୟସ୍କ ଶିଶୁର ଗୋଡ ଭାଙ୍ଗିଯାଇ ଗୁରୁତର ହେଇ ପଡିଛି । ତାକୁ କଲମପୁର ଗୋଷ୍ଟୀ ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ଅନୁସାରେ ଧନପୁର ଗ୍ରାମର ବିଭୁ ମାଝୀ ନାମକ ଜନୈକ ଯୁବକ କଲମପୁର ଜୁନାଗଡ ମୁଖ୍ୟ ରାସ୍ତା ଦେଇ ଜୁନାଗଡ ପଟକୁ ଯାଉଥିଲେ। ବାବୁକେନ୍ଦୁଗୁଡା ନିକଟରେ ହଠାତ ବାଇକରୁ ନିୟନ୍ତ୍ରଣ ହରାଇ ରାସ୍ତାରେ ଯାଉଥିବା ଯୁଧେଷ୍ଟି ବାଗଙ୍କ ୫ ବର୍ଷିୟ ଝିଅ ନିତିକୁ ଧକ୍କା ଦେଇଥିଲେ। ଫଳରେ ଶିଶୁ ନିତି ରାସ୍ତା ଉପରେ ଛିଟିକି ପଡି ଥିଲା। ଏହି ଦୁର୍ଘଟଣା ଦ୍ୱାରା ନିତି ଗୁରୁତର ହେଇ ପଡିଥିଲା। ତାକୁ ତୁରନ୍ତ ପରିବାର ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଶିଶୁଟିର ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories