ମଦ ଜବତ କରି ଥାନାରେ ସ୍ଵଂୟ ସହାୟିକା ଗୋଷ୍ଠୀର ମହିଳା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତ ନୂଆଗାଁ ଓ ନୁଆଖମଣ ଗ୍ରାମର ସ୍ଵଂୟ ସହାୟିକା ଗୋଷ୍ଠୀର ମହିଳା ମାନେ  ଚୋରା ମଦ ବିକୁଥିବା ବ୍ୟକ୍ତିଙ୍କ ଠାରୁ ୫୦ ଲିଟର ମହୁଲି ମଦ ଜବତ କରି ଏହାକୁ ତୁରୁମୁଙ୍ଗା ଥାନାକୁ ଯାଇ ପୁଲିସକୁ ହସ୍ତାନ୍ତର କରିବା ସହ ଚୋରା ମଦ ବିକୁଥିବା ବ୍ୟକ୍ତିଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ କିଶୋର ମୁଣ୍ଡା, ରିଙ୍କି ମୁଣ୍ଡା, ରାଜିବ ମୁଣ୍ଡା, ଚାନ୍ଦମଣି ମୁଣ୍ଡା ଗ୍ରାମରେ ୨ ବର୍ଷ ହେଲା ଚୋରା ମଦ ବିକ୍ରି କରୁଥିବାରୁ ଗ୍ରାମରେ ଲୋକେ ମଦ ପିଇ ମାରପିଟ୍ ଅଶ୍ଵିଳ ଭାଷାରେ ଗାଳି ଗୁଲଜ କରୁଥିବା ଆଦି ନାନାଦି ବିଶୃଙ୍ଖଳା ହେଉଛି ବୋଲି ଜଣାପଡିଛି। କନକ ମୁଣ୍ଡା, ରୁକ୍ମଣୀ ନାଏକ, ମାଣିକ ନାଏକ , ଭାରତୀ ନାଏକ, ବାସନ୍ତୀ ନାଏକ, ବୀଣାପାଣି ମହାନ୍ତ, କୁନ୍ତଳା ନାଏକ, ସଂଯୁକ୍ତା ନାଏକ ପ୍ରମୁଖ ବହୁ ମହିଳା ତୁରୁମୁଙ୍ଗା ଥାନାକୁ ଯାଇ ଜବତ ମଦ ପୁଲିସ ଜିମା ଦେବା ସହ ଲିଖିତ ଅଭିଯୋଗ କରିଛନ୍ତି ।

Comments are closed.