www.samajalive.in
Saturday, December 13, 2025
18.1 C
Bhubaneswar

ଗୋଛାପଡାରେ ସାଇବର ସଚେତନତା ରଥ

ଫୁଲବାଣୀ : ଗୋଛାପଡାରେ ସାଇବର ସଚେତନତା ରଥ ବୁଧବାର ପହଁଚିବା ପରେ ଗୋଛାପଡା ଥାନା ପୁଲିସ, ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଛାପଡାର ଛାତ୍ରଛାତ୍ରୀ ଏବଂ ଜନ ସାଧାରଣ ସ୍ୱାଗତ କରିଛନ୍ତି । ସାମାଜିକ ଗଣମାଧ୍ୟମ  ବ୍ୟବହାରରେ  ସତର୍କତା, ପିଲାମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବା, ବିଭିନ୍ନ ଅର୍ଥ କାରବାରରେ ସତର୍କତା, ଅନଲାଇନ ସପିଙ୍ଗ ,ଟାୱାର ବସେଇବା ନାମରେ ହେଉଥିବା ଠକେଇ, ମିଥ୍ୟା ନିଯୁକ୍ତି ଠକେଇ ଭଳି ଅନେକ ସାଇବର ଠକେଇରେ ଲୋକେ ହେଉଥିବା ଠକାମିର ଶିକାରରୁ କିଭଳି ସୁରକ୍ଷା କରାଯାଇ ପାରିବ ସେନେଇ ବୁଧବାର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଗୋଛାପଡା ବଜାର ସମେତ ବିଭିନ୍ନ ସ୍ଥାନରେ ସଚେତନତା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ବୁଝା ଯାଇଥିଲା।ଏଥି ସହିତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଛାପଡାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ଉପରେ କୁଇଜ ପ୍ରତିଯୋଗିତା କରାଯାଇଥିଲା। ଡିଏସପି ହୃଷିକେଶ  ନାୟକ, ଫୁଲବାଣୀ ସାଇବର ଥାନା ଅଧିକାରୀ ତରୁଣ ତପନ ବେହେରା, ଏସ ଆଇ ସୌମ୍ୟ ରଞ୍ଜନ ପତି,ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ,ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଛାପଡାର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ସଲାଗୁଡ଼ା ସରପଞ୍ଚ ରୋହିତ କହଁର ପ୍ରମୁଖ ଉପସ୍ଥିତ ଥିବା ବେଳେ ଆକ୍ସନ ଏଡ଼ର  ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ମହାନ୍ତି ସହଯୋଗ କରିଥିଲେ। ସତର୍କ ଓ ସଚେତନ ରହିଲେ ସାଇବର ଠକେଇ ରୋକା ଯାଇପାରିବ ବୋଲି  ଉପସ୍ଥିତ  ଅତିଥି ମାନେ ପରାମର୍ଶ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories