କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ବଡଡୁକଲା ଗ୍ରାମ ପଂଚାୟତର ନାଗଫେଣା ଗ୍ରାମରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହିଅବସରେ ସ୍ଥାନୀୟ ଶିବମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇ ନବୀନ ପଟନାୟକଙ୍କ ବିଭିହ୍ନ ଯୋଜନା, ଜନହିତକର କାର୍ଯ୍ୟ ଓ ମହିଳାଙ୍କ ପାଇଁ ବହୁମୁଖୀ ଯୋଜନା ସମ୍ପର୍କ ବରିଷ୍ଠ ନେତା ଅଜୟ ଦାସ ଆଲୋକପାତ କରିଥିଲେ। ପଦଯାତ୍ରାରେ ଶତାଧିକ ମହିଳା ବିଜେଡି କର୍ମୀ ସାମିଲ ହେବାସହ ସଭାରେ ପ୍ରମୁଖ କର୍ମୀ ଅରୁଣ ଧାରୁଆ, ପୁରୁଷୋତ୍ତମ ଧରୁଆ, ବୀର ଧରୁଆ, କପିଳ ତାଣ୍ଡି, ଈଶ୍ୱର ମାଝୀ, ଘାସିରାମ ଧରୁଆ, ପଞ୍ଚ ସୁନା, ରାଜମୋହନ ସୁନା, କ୍ଷୀରସାଗର ମାଝୀ, ଉଜ୍ୱଳ ମାଝୀ, ଗୁଣନିଧି ମାଝୀ, ଧୁବଲେ ମାଝୀ, ପୁଷ୍ପାଞ୍ଜଳି ଧରୁଆ, ମହ ସୁନା, ଦୁର୍ମିଳା ତାଣ୍ଡି, ମାଳତୀ ଧରୁଆ, ଟିକେମଣି ଧରୁଆ ଓ ବହୁ ବି ଜେଡି କର୍ମୀ ସାମିଲ ହୋଇଥିଲେ। ଶେଷରେ ବିଜେଡି ଯୁବ ନେତା ଲକ୍ଷ୍ମଣ ପୁଟେଲ ଧନ୍ୟବାଦ ଦେଇ ସଭାଥିଲେ।
Popular Categories



