www.samajalive.in
Thursday, December 11, 2025
15.1 C
Bhubaneswar

ଗୁରୁବାର ରାଶିଫଳ (୦୫.୧୦.୨୦୨୩)

ମେଷ : ସକଳ ଗୁଣର ଆଧାର ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଅଶାନ୍ତି ଦୂର ହେବ। ସରକାରୀ ଲାଭ ମିଳିପାରେ।

ବୃଷ : ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହୋଇପାରନ୍ତି। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ହେବେ। ପ୍ରଫୁଲ୍ଲ ମୁଖ ଓ ରୂପବାନ୍‌ ହେବେ।

ମିଥୁନ : ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତ ମାନର ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆୟୁଷ୍ମାନ୍‌ ହେବେ।

କର୍କଟ : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରିବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ଜ୍ଞାନୀ ହେବେ।

ସିଂହ : ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।

କନ୍ୟା : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦୟାଳୁ ସ୍ବଭାବର ହୋଇପାରନ୍ତି।

ତୁଳା : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।

ବିଛା : ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ବି କର୍ମତତ୍ପର ରହିବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତା ଆବଶ୍ୟକ।

ଧନୁ : ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ। ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ କରଣୀୟ। ରୁଚିକର ଖାଦ୍ୟରେ ଆପ୍ୟାୟିତ ହେବେ।

ମକର : ଭ୍ରାତୃ ସହଯୋଗ ମିଳିବ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ପୁନର୍ଜାଗରଣ ପାଇଁ ଚେଷ୍ଟା କରିବେ।

କୁମ୍ଭ : ଅଭିଜ୍ଞତା ଅର୍ଜନ କରିବାକୁ ପଢ଼ାପଢ଼ିରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଏପରିକି ବିଭାଗୀୟ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଜୀବନ ସୁଖପ୍ରଦ ହେବ। ଆୟୁଷ୍ମାନ୍‌ ହେବେ।

ମୀନ : ପରିଶ୍ରମ କଠିନ ଓ କଷ୍ଟଦାୟକ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। ଭାଇଙ୍କଠାରୁ ସମର୍ଥନ ପାଇ ଖୁସି ହେବେ। ଯାନବାହନ ସୁଖ ମିଳିପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories