www.samajalive.in
Sunday, December 14, 2025
19.1 C
Bhubaneswar

ସାଇବର ଅପରାଧକୁ ରୋକିବ ସଚେତନତା ଓ ସତର୍କତା

ଡେସ୍କ: ସଚେତନତା ଓ ସତର୍କତା ଦ୍ଵାରା ହିଁ ସାଇବର ଅପରାଧକୁ ରୋକି ହେବ। ଏହି ବାର୍ତ୍ତାଟି ରାଜ୍ୟର ଘରେ ଘରେ ଏବଂ ପ୍ରତିଟି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ସାଇବର ସୁରକ୍ଷା ରଥ ନିଜର ଅଭିଯାନ ଜାରି ରଖିଛି। ଆଜି ଦ୍ଵିତୀୟ ଦିନରେ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ଗାଁ ଠାରୁ ଆରମ୍ଭ କରି ସହର, ବଜାର, ହାଟ, କଲେଜ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର ଠକେଇ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛି। ସାଇବର ସୁରକ୍ଷା ରଥକୁ ପ୍ରତିଟି ସ୍ଥାନରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଭବ୍ୟ ସ୍ଵାଗତ କରାଯିବା ସହ ସେଥିରେ ପ୍ରଦର୍ଶିତ ହେଉଥିବା ସଚେତନତା ବାର୍ତ୍ତାକୁ ଲୋକମାନେ ଆଗ୍ରହର ସହ ଦେଖୁଥିବା ପରିଲକ୍ଷିତ ହେଉଛି। ବିଶେଷକରି ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ସାଇବର ଏଥିରେ ଯୋଡି ହୋଇ ସଚେତନତା ବାର୍ତ୍ତା ଗାଁ ଗହଳି ପର୍ୟ୍ୟନ୍ତ ପହଞ୍ଚାଉଛନ୍ତି। ଏହା ବ୍ୟତୀତ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗୀତା ମଧ୍ୟ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେଉଛି। ଏଥିରେ ଅଂଶଗ୍ରହଣ କରି ପୁରସ୍କାର ଜିତିବା ସହ ସାଇବର ସଚେତନ ହେବା ପାଇଁ ଓଡିଶା ପୋଲିସ ତରଫରୁ ଅଭିନବ ପ୍ରୟାସ କରାଯାଇଛି। ଏହି କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି।

ଆଜି ରାଜ୍ୟର ବିଭିନ୍ନ କଲେଜ ତଥା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ କୁଇଜ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଚେତନତା କାର୍ୟ୍ୟକ୍ରମକୁ ଆହୁରି ବ୍ୟାପକ କରିଛନ୍ତି। ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ମଧ୍ୟ କରାଯାଉଛି। ଏହା ସହ ବିଭିନ୍ନ ସ୍ଥାନରେ ଜନସଚେତନତା ମୂଳକ ନାଟକ, ଲୋକନୃତ୍ୟ ପରିବେଷଣ ସହ କୁନିକୁନି ପିଲାଙ୍କ ଦ୍ଵାରା ସଙ୍ଗୀତ ପରିବେଷଣର କାର୍ୟ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ଯାହାକି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବେଶ ଆଦୃତ ହେଉଛି। ଏହି ସଚେତନତା କାର୍ୟ୍ୟକ୍ରମର ଅନ୍ୟତମ ଆକର୍ଷଣ ସାଜିଛି “ସାଇରା”। ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ “ସାଇରା” ସହ ସେଲଫି ଓ ଫଟୋ ଉଠାଇବାକୁ ନେଇ ସେମାନଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଥିବା ବେଳେ “ସାଇରା” ସଚେତନତା ଧର୍ମୀ ଲିଫଲେଟ ଲୋକମାନଙ୍କୁ ବାଣ୍ଟି ସଚେତନ କରିବା ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି।

- Advertisement -

ରାଜ୍ୟର ପ୍ରତିଟି ଅଞ୍ଚଳରେ ସାଇବର ସୁରକ୍ଷା ରଥକୁ ସ୍ଥାନୀୟ ଲୋକ ପ୍ରତିନିଧି, ବରିଷ୍ଠ ନାଗରିକ, ଛାତ୍ରଛାତ୍ର, ସରକାରୀ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତିର କର୍ମକର୍ତ୍ତାଗଣ ସ୍ଵାଗତ କରୁଛନ୍ତି। ଜିଲ୍ଲାର ଏସ.ପି.ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ସାଇବର ରଥ ସଫଳତାର ସହ ସଚେତନତା କାର୍ୟ୍ୟକ୍ରମ ସମାପନ ହେଉଛି। ଉଲ୍ଲେଖଯୋଗ୍ୟଯେ, ଅକ୍ଟୋବର ୧୫ ତାରିଖ ପର୍ୟ୍ୟନ୍ତ ସବୁ ଜିଲ୍ଲାରେ ୩୪ଟି ସାଇବର ସୁରକ୍ଷା ରଥ ବୁଲି ଲୋକଙ୍କୁ ସଚେତନ କରିବ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories