www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରାକୃତିକ ବିପର୍ୟ୍ୟୟ କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ହରଭଙ୍ଗା: ହରଭଙ୍ଗା ତହସିଲରେ ୨୦୧୫ ରୁ ଆଜି ପର୍ୟ୍ୟନ୍ତ ବିଭିନ୍ନ ପ୍ରାକୃତିକ ବିପର୍ୟ୍ୟୟ ଯୋଗୁ ହଜାର ହଜାର ଚାଷୀଙ୍କ ଧାନ ଫସଲ କ୍ଷତି ହୋଇଥିଲା। ଏଣୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଇନପୁଟ ସବସିଡ଼ି ଆକାରରେ ମଞ୍ଜୁର କରି ତହସିଲ ଅଫିସକୁ ପଠାଇଲେ। କିନ୍ତୁ ତହସିଲ ଅଫିସରେ ପ୍ରାୟ ୬୮ ଲକ୍ଷ ଟଙ୍କା ଚାଷୀଙ୍କୁ ନ ଦେଇ ବ୍ୟାଙ୍କରେ ପଡ଼ି ରହିଥିବା ଚାଷୀ ଅଭିଯୋଗ କରିଛନ୍ତି। ତହସିଲ ଅଫିସ୍ କୁ ବାରମ୍ବାର ଧାଇଁ ଧାଇଁ ନୟାନ୍ତ ହେଲେ ସୁଦ୍ଧା ତହସିଲ କର୍ମଚାରୀ କର୍ଣ୍ଣ ପାତ କରୁନଥିବା ଚାଷୀ କହିଛନ୍ତି। ସେହିପରି ୨୦୧୮ ମସିହା ରେ ହୋଇଥିବା ପ୍ରାକୃତିକ ବିପର୍ୟୟ ଯୋଗୁ ସରକାର ହରଭଙ୍ଗା ତହସିଲ ପାଇଁ ଦୁଇ କୋଟି ୪୨ ହଜାର ଟଙ୍କା ପଠାଇଲେ। ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ସାତୋଟି ଆରଆଇ ସର୍କଲ କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ପ୍ରଦାନ କରି କ୍ଷତିପୂରଣ ପ୍ରଦାନ କରାଯାଇଥିଲା। କିନ୍ତୁ ଧଳପୁର ସର୍କଲରେ ଚାଷୀଙ୍କ ତାଲିକା ପ୍ରଦାନ ନ କରିବା ହେତୁ ଆଜି ପର୍ୟ୍ୟନ୍ତ ତିରିଶ ଲକ୍ଷ ଟଙ୍କା ବ୍ୟାଙ୍କରେ ପଡ଼ି ରହିଛି। ଫଳରେ ଧଳପୁର ଚାଷୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ସୂର୍ୟ୍ୟ ମହାପାତ୍ରଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଶମ୍ଭୁ ପ୍ରଧାନ, କାଳିନ୍ଦୀ ଖେତି, ଆଠ ନମ୍ବର ମଣ୍ଡଳ ସଂଯୋଜକ, ବିନୋଦ ମହାକୁଡ, ନିର ପୃଷ୍ଟି, ମାର୍କଣ୍ଡ ଦାଙ୍ଗ, ପ୍ରମୁଖ ଚାଷୀ ନେତା ଜିଲ୍ଲାପାଳଙ୍କୁ ଚରିଛକ ଏକ ଦାବିପତ୍ର ପ୍ରଦାନ କରିଥିଲେ। ତୁରନ୍ତ ଟଙ୍କା ନ ମିଳିଲେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ଆସନ୍ତା ୧୮ ତାରିଖ ସୁଦ୍ଧା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories