www.samajalive.in
Sunday, December 14, 2025
19.1 C
Bhubaneswar

କେନ୍ଦୁଝର ଜିଲା ଗୋଣ୍ଡ ସାଂସ୍କୃତିକ ସମାଜ କାର୍ଯ୍ୟକାରିଣୀ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଗୋଣ୍ଡ ସାଂସ୍କୃତିକ ସମାଜର ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠାନର ସଭାପତି ଜନାର୍ଦ୍ଦନ ନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ସ୍ଥାନୀୟ ସହିଦସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ସହର ଉପକଣ୍ଠ ବେଲଦା ଠାରେ ନିର୍ମାଣାଧିନ ‘ଗୋଣ୍ଡ ଭବନ’ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବା ସହ କିଭଳି ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବ ସେ ସମ୍ପର୍କରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାଙ୍କ ସହଯୋଗ ଲୋଡା ଯାଇଥିଲା। ଅନୁଷ୍ଠାନର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକ ଏଥିରେ ଯୋଗଦେଇ ଆଗାମୀ ଦୁର୍ଗାପୂଜା ଅବସରରେ କିଭଳି ସମସ୍ତ ପଲ୍ଲୀରେ ଖଣ୍ଡା ପୂଜା ଧୁମଧାମରେ ପାଳନ କରାଯିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଉପସଭାପତି କିରଣବାଳା ନାୟକ, ଗୋବିନ୍ଦ ନାଏକ ଓ ଅନାଦି ନାଏକ ଯୋଗଦେଇ ସଙ୍ଗଠନର ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଏହାର କିଭଳି ସମାଧାନ କରାଯାଇ ସଙ୍ଗଠନକୁ ଅଧିକ କ୍ରିୟଶୀଳ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରିବାକୁ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଚକ୍ରଧର ନାୟକ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଅନ୍ୟତମ ସାଧାରଣ ସମ୍ପାଦକ ହରେକୃଷ୍ଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସଙ୍ଗଠନର ଯୁବ ଉଦ୍ୟୋକ୍ତା ନିର୍ମଳ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସକ୍ରିିୟ ସହଯୋଗ କରିଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories