www.samajalive.in
Monday, December 15, 2025
16.1 C
Bhubaneswar

ରଙ୍ଗେଇଲୁଣ୍ଡା ବ୍ଲକ ଲୋକକଳା ସାଂସ୍କୃତିକ ଦଳଙ୍କ ପ୍ରଶିକ୍ଷଣ ଶିବିର

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର ଲୋକ କଳା ସାଂସ୍କୃତିକ ଦଳଙ୍କ ଦୁଇଦିନିଆ ପ୍ରଶିକ୍ଷଣ  ଶିବିର ରଙ୍ଗେଇଲୁଣ୍ଡା ବ୍ଲକ ସଭାଗୃହ ପ୍ରକୋଷ୍ଠ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିର ବ୍ଲକ କଳା ସାଂସ୍କୃତିକ ସଂଘ ସଭାପତି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଯୋଗଦେଇ  କଳାକାର ଗଣ  କିଭଳି ଲୋକକଳା ପରିବେଷଣ ଦ୍ୱାରା ସରକାରଙ୍କ ବିଭିନ୍ନ ଜନ ହିତାଧିକାରୀ ଯୋଜନା ପ୍ରତି ଗ୍ରାମରେ ପ୍ରଚାର ଓ ପ୍ରସାର କରିବେ ସେ ସମ୍ପର୍କରେ ବୁଝାଇବା ସହିତ  ନୀତି ନିୟମ ଅନୁପାଳନ, କାର୍ଯ୍ୟକ୍ରମ  ପରିବେଷଣର ଶୈଳୀ, କାର୍ଯ୍ୟକ୍ରମ ପରିବେଷଣର ଆବଶ୍ୟକତା, କଳାକାରଙ୍କ ପାରିଶ୍ରମିକ ଟଙ୍କା କିଭଳି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ ହେବ ସେ ନେଇ ଉପସ୍ଥିତ କଳାକାର ମାନଙ୍କୁ ଜଣାଇଥିଲେ। ବ୍ଲକ ସାଂସ୍କୃତିକ ସଂଘର ଉପସଭାପତି ରବି ନାରାୟଣ ଶତପଥୀ ,କଳାକାର ଆଲୋକ କୁମାର ବିଶୋଇ , ରଣପା ନୃତ୍ୟ ଗୁରୁ ରାଜେନ୍ଦ୍ର ପାତ୍ର ପାରମ୍ପରିକ ଲୋକକଳା ମାଧ୍ୟମରେ ପରିବେଷଣ ଶୈଳୀର ବିଭିନ୍ନ ଦିଗ, ବେଶ ଭୁଷା, ଭାଷା ପ୍ରୟୋଗ, ଶାଳୀନତା ଅନୁପାଳନ ଉପରେ କଳାକାର ଦଳ ମୁଖ୍ୟ ଓ ଗୁରୁ ମାନଙ୍କୁ ବୁଝାଇ ଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ବ୍ଲକ ସ୍ତରୀୟ ଅଧିକାରୀଗଣ ବୁଝାଇ ଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲଷ୍ମୀ ନୃସିଂହ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories