www.samajalive.in
Monday, December 15, 2025
15.1 C
Bhubaneswar

ଋଣ ଶୁଝି ନପାରିବାରୁ କବଜା କଲା ବ୍ୟାଙ୍କ, ପଦାରେ ନର୍ସିଂହୋମର ରୋଗୀ ଓ ଆସବାବପତ୍ର

ଚୌଦ୍ୱାର : ଋଣ ଶୁଝି ନପାରିବାରୁ ୟୁନିୟନ ବ୍ୟାଙ୍କ ତରଫରୁ ଚୌଦ୍ୱାର କଳିଙ୍ଗଛକ ନିକଟରେ ଥିବା ଏକ ଘରକୁ ବୁଧବାର ଦିନ ସିଲ କରାଯାଇଛି। ସେହି ଘରେ ଦୀର୍ଘଦିନ ହେବ ଭଡ଼ାରେ ଚାଲୁଥିବା ଏକ ନର୍ସିଂହୋମର ସମସ୍ତ ଆସବାବପତ୍ର ସହିତ ଚିକିତ୍ସାଧୀନ ରୋଗୀ ମାନଙ୍କୁ ଉକ୍ତ ଘରୁ ବାହାର କରି ଦିଆ ଯାଇଛି। ଫଳରେ ନର୍ସିଂହୋମରେ ଥିବା ରୋଗୀ ସବୁ ହନ୍ତସନ୍ତ ହେବା ସହିତ ନର୍ସିଂହୋମ ମାଲିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରକାଶଯେ କଳିଙ୍ଗଛକରେ ଥିବା ଉକ୍ତ ଘରେ ଭଡ଼ାରେ ଚାଲୁଥିବା ଶ୍ରୀରାମ ନର୍ସିଂହୋମଟି ଆଜକୁ ଦୀର୍ଘବର୍ଷ ହେବ ସ୍ଥାନୀୟ ଲୋକମାନଙ୍କୁ ସେବା ଯୋଗଇ ଆସୁଥିଲା । ହେଲେ ଘରର ମାଲିକ ବ୍ୟାଙ୍କ ରୁଣ ଶୁଝିନ ପାରିବାରୁ ବ୍ୟାଙ୍କ ତରଫରୁ ଏହାକୁ କବଜା କରିବା ଫଳରେ ନର୍ସିଂହୋମର ରୋଗୀ ଓ ମାଲିକ ରାସ୍ତା ଉପରକୁ ଚାଲି ଆସିଛନ୍ତି ।

- Advertisement -

ବ୍ୟାଙ୍କ ଅଧିକାରୀଙ୍କ ସୁତ୍ରରୁ ପ୍ରକାଶ ଯେ, ୟୁନିୟନ ବ୍ୟାଙ୍କରୁ ସ୍ଥାନୀୟ ଗୋଡ଼ିପାଟଣା ଗ୍ରାମର ଅଧିକାରୀ ବେହେରା ନାମକ ଜନୈକ ବ୍ୟକ୍ତି ନିଜନାମ ସହିତ ମହାବଳୀ ଅଏଲ ଓ ନିଳାଚଳ ଏଣ୍ଟରପ୍ରାଇଜ ନାମରେ ୨୦୧୬ ମସିହାରେ ୟୁନିୟନ୍ ବ୍ୟାଙ୍କ ଅଫ ଇଣ୍ଡିଆରୁ ସୁଧ ମୂଳ ସମେତ ୨କୋଟି ୭୫ ଲକ୍ଷ ଟଙ୍କା ଋଣ କରି କଳିଙ୍ଗ ଛକରେ ୩୪୦ ଡିସିମିଲ ଜାଗାରେ ଘର କରିବା ସହିତ ଏହାକୁ ଭଡା ସୁତ୍ରରେ ନର୍ସିଂ ହୋମକୁ ଦେଇଥିଲେ। ଇତି ମଧ୍ୟରେ ୠଣ ପରିଶୋଧ କରିବା ପାଇଁ ବ୍ୟାଙ୍କ ତରଫରୁ ବହୁବାର ଅଧିକାରୀଙ୍କୁ ନୋଟିସ୍ ଜାରୀ କରାଯାଇଥିଲେ ହେଁ ସେ ଏହାକୁ କର୍ଣ୍ଣପାତ କରୁନଥିଲେ । ଏନେଇ ବ୍ୟାଙ୍କ ପକ୍ଷରୁ ଅଧିକାରୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ ୧୫ଦିନ ଭିତରେ ଘର ଖାଲି କରିବା ପାଇଁ ନୋଟିସ ଜାରୀ କରା ଯାଇଥିଲା । ହେଲେ ଅଧିକାରୀ ନର୍ସିହୋମ ମାଲିକଙ୍କୁ ଏବାବଦରେ କୌଣସି ତଥ୍ୟ ପ୍ରଦାନ କରି ନଥିଲେ । ବୁଧବାର ଦିନ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଜୟପ୍ରକାଶ ସାହୁ, ଅଇନ୍ ପ୍ରବନ୍ଧକ ଚନ୍ଦନ ପରିଡ଼ା, ବ୍ୟାଙ୍କ ଏନଫୋର୍ସମେଣ୍ଟ ଟିମ ପ୍ରିୟମ୍ବଦା ଦାସ ଏବଂ ସ୍ଥାନୀୟ ପୁଲିସ୍ , ବ୍ୟାଙ୍କର ପଦସ୍ଥ ଅଧିକାରୀବୃନ୍ଦ ଏସଡିଜିଏମ କୋର୍ଟର ଓକିଲଙ୍କ ଉପସ୍ଥିତିରେ ନର୍ସିଂ  ହୋମର ସମସ୍ତ ଜିନିଷ ଖାଲି କରି ଘରକୁ କବଜା କରିଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories