www.samajalive.in
Sunday, December 14, 2025
23.1 C
Bhubaneswar

ବଧୀକୁଦକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଚୌଦ୍ୱାର : ଐତିହାସିକ ତଥା ପୌରାଣିକ ବିଶେଷତ୍ବ ବହନ କରୁଥିବା ଚୌଦ୍ୱାରସ୍ଥିତ ବଧୀ କୁଦର ରକ୍ଷଣାବେକ୍ଷଣ ସହିତ ଏହାକୁ ଏକ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବାପାଇଁ ଦାବି ହୋଇଛି । ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନର ସଦସ୍ୟ ମାନେ ବଧୀ କୁଦରେ ଏକତ୍ରିତ ହୋଇ ଅଭିନବ ଉପାୟରେ ଏହି ଦାବି ଉପସ୍ଥାପନ କରିଛନ୍ତି । ସୂଚନାଯେଗ୍ୟଯେ ବଧୀ କୁଦର ଐତିହ୍ୟ, ଲୋକ କଥା ଓ ଏହାର ପ୍ରତିଷ୍ଠା ସମ୍ପର୍କରେ ଜାଣିବା ପରେ ଭାରତର ପତ୍ନତାତ୍ୱିକ ସର୍ଭେକ୍ଷର ସଂସ୍ଥା ତରଫରୁ ଏହି କୁଦର ଖନନ କରାଯାଇଥିଲା । ଖନନ କାର୍ଯ୍ୟ ସମ୍ପନ୍ନ ହେବା ପରେ କୁଦର ନବ ରୂପଟି ଏକ ବୌଦ୍ଧ ଧର୍ମର ସମାଧୀ ଓ ପ୍ରାର୍ଥନା ସ୍ଥଳ ବୋଲି ସର୍ଭେକ୍ଷଣ ବିଭାଗର କର୍ମକର୍ତ୍ତା ମାନେ ଜାଣିବାକୁ ପାଇଥିଲେ। ଏଏସ୍ଆଇ ତରଫରୁ ଏହାର ଚତୁପାର୍ଶ୍ବରେ ତାରବାଡ଼ ଲଗାଯିବା ସହିତ ଏହି କ୍ଷେତ୍ରରେ ଏକ ସୁଦୃଶ୍ୟ ପାର୍କ ନିର୍ମାଣ କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଅଭାବରୁ କୁଦଟି ଏବେ ଜରାଜୀର୍ଣ୍ଣ ହୋଇ ପଡ଼ିଲାଣି। ଅସାମାଜିକମାନେ କୁଦ ଚାରିପାଖର ତାରବାଡ଼କୁ କାଟି ନେଲେଣି । କୁଦରେ ବିଦ୍ୟୁତ୍ ବ୍ୟବସ୍ଥା ନଥିବାରୁ ରାତିହେଲେ ଏଠାରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଜଗୁଆଳପାଇଁ ତିଆରି ହୋଇଥିବା ଘରଟିରେ ଅନୈତିକ କାର୍ଯ୍ୟକଳାପ ଚାଲିଛି । ତିଆରି ହୋଇଥିବା ଉଦ୍ୟାନ ପାଣି ଓ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଟାଙ୍ଗରା ଭୁଇଁରେ ପରିଣତ ହେଲାଣି। ଏହି ଐତିହ୍ୟ କୀର୍ତ୍ତିରାଜୀର ରକ୍ଷଣାବେକ୍ଷଣ ସହିତ ଏହାକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବା ପାଇଁ ଉଦ୍ଧାର ଫାଉଣ୍ଡେସନର ସଭାପତି ନରୋତ୍ତମ ଦାସଙ୍କ ନେତୃତ୍ୱରେ ସମ୍ପାଦକ ଶିବାନନ୍ଦ ବାରିକ, ଦିଲ୍ଲିପ ସାହୁ, କାହ୍ନୁ ଚରଣ ସେଠୀ, କେଦାରନାଥ ବେହେରା, ବିନୋଦ ପ୍ରଧାନ, ଶ୍ରୀକାନ୍ତ ଜେନା, କୃଷ୍ଣଚନ୍ଦ୍ର ଜେନାଙ୍କ ସମେତ ଫାଉଣ୍ଡେସନର ସମସ୍ତ ସଦସ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories