www.samajalive.in
Sunday, December 14, 2025
15.1 C
Bhubaneswar

ନିଖୋଜ ବ୍ୟାଙ୍କ ମ୍ୟାନେଜର ତପନ ସାହୁଙ୍କ ସନ୍ଧାନ ମିଳିଲା, ଆନ୍ଧ୍ର ସୀମାନ୍ତରୁ ଉଦ୍ଧାର

କଳାପଥର/ଗୋପାଳପୁର :  ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ ସନ୍ଧାନ ମିଳିଛି । ଗତ ସୋମବାର ସକାଳୁ ତପନ ନିଖୋଜ ଥବା ବେଳେ ବୁଧବାର ସନ୍ଧ୍ୟାରେ  ଆନ୍ଧ୍ର ପ୍ରଦେଶ ସୀମାନ୍ତରୁ ପୁଲିସ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଥାନାରେ ଅଟକ ରଖିଛି। ପରିବାର ଲୋକେ ଖବର ପାଇ ସେଠାରେ ପହଞ୍ଚିଛନ୍ତି । ପୁଲିସ ଘଟଣା ବିଷୟରେ ପଚାର ଉଚରା କରୁଛି।

କଳାପଥର କାନାରା ବ୍ୟାଙ୍କରୁ ବଡ଼ମ୍ବା ବ୍ୟାଙ୍କକୁ ଯିବା ବାଟରେ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ନାଟେରୀ ଛକରୁ ନିଖୋଜ ଥିବା ମୋବାଇଲ ଟ୍ରାକରୁ ସୂଚନା ମିଳିଥିଲା । ଗତ ସୋମବାର ନିଜ ଶ୍ୱଶୁର ଘର ବ୍ରହ୍ମପୁରରୁ ନିଜର ଏକ ମଟର ସାଇକେଲ ଯୋଗେ ସକାଳୁ ବାହାରି କଳାପଥର ଠାରେ ୯.୪୫ ମିନିଟ ସମୟରେ ପହଞ୍ଚିଥିଲେ। ତେବେ କଳାପଥର ଠାରୁ ବଡମ୍ବା ୧୩ କିମି ଦୂରତା ଅତିକ୍ରମ କରିବାକୁ ଥିବା ସହିତ ରାସ୍ତାର ଅବସ୍ଥା ଖରାପ ଥିବା ଦୃଷ୍ଟିରୁ ଅଧିକ ସମୟ ଲାଗିବା ଆଶା କରି ସେଠାକାର କର୍ମଚାରୀଙ୍କ ସହିତ ଯୋଗାଯୋଗ କରିଥିଲେ । ପରେ ସେ ପୁନଶ୍ଚ ବଡମ୍ବା ଅଭିମୁଖେ ବାହାରିଥିବା କୁହାଯାଉଛି। ସ୍ଥାନୀୟ ପତନୀ ବଜାରରେ ଏକ ସିସି ଟିଭି ଫୁଟେଜ ଆଧାରରେ ଯାହା କୁହାଯାଉଛି ପ୍ରାୟ ୧୦ ସମୟରେ ମ୍ୟାନେଜର ତପନ କୁମାର ସାହୁ ବଡମ୍ବା ଅଭିମୁଖେ ଯାଉଥିବା ଦେଖିବାକୁ ମିଳୁଛି । ତେବେ ଅଳ୍ପ ସମୟ ମଧ୍ୟରେ ସେ ବଡ଼ମ୍ବାରେ ପହଞ୍ଚିବା ପରିବର୍ତ୍ତେ ଘଣ୍ଟାଏରୁ ଅଧିକ ସମୟ ଡେରି ହେବାରୁ ବ୍ୟାଙ୍କ ପକ୍ଷରୁ ପୁନଶ୍ଚ ତାଙ୍କ ଫୋନରେ ଯୋଗାଯୋଗ କରାଯାଇଥିଲା ବେଳେ ତାଙ୍କ ଫୋନ ସୁଇଚ ଅପ୍ ରହିବା କାରଣରୁ ବଡମ୍ବା ବ୍ୟାଙ୍କ୍ କର୍ତ୍ତୃପକ୍ଷ କଳାପଥର ଶାଖା ସହିତ ଯୋଗାଯୋଗ କରିଥିଲେ। ପରେ ଅପରାହ୍ନରେ ପୁଲିସ ନିକଟରେ ଶାଖା ପରିଚାଳକଙ୍କ ନିରୁଦ୍ଧିଷ୍ଟ ସମ୍ପର୍କରେ ଜଣାଇଥିଲେ । ଗତ ସୋମବାର ଅପରାହ୍ନ ଠାରୁ ମଙ୍ଗଳବାର ଓ ବୁଧବାର ପୋଲିସ , ସ୍ଥାନୀୟ ଲୋକଙ୍କ ସହାୟତାରେ ନାଟେରୀ ଓ ଏହାର ଆଖପାଖ ଅଞ୍ଚଳରେ ଖାନ ତଲାସ ଆରମ୍ଭ କରିଥିଲେ। ଆଜି ନାଟେରୀ ଜଙ୍ଗଲ ଭିତରେ ଖୋଜିବା ସମ୍ଭବପର ହୋଇ ନପାରିବାରୁ ଏକ  ଡ୍ରୋନ କ୍ୟାମେରା ମାଧ୍ୟମରେ ସାରା ଜଙ୍ଗଲକୁ ଖୋଜାଖୋଜି କରାଯାଇଥିଲା। ହେଲେ ନିଖୋଜ ମ୍ୟାନେଜରଙ୍କ କୌଣସି ପ୍ରକାରର ପତ୍ତା ମିଳି ପାରି ନ ଥିଲା। ତେବେ ବୁଧବାର ସନ୍ଧ୍ୟାରେ  ଆନ୍ଧ୍ର ପ୍ରଦେଶ ସୀମାନ୍ତରୁ ପୁଲିସ ତାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।

- Advertisement -

ଆଜି ତପନ ଜାତୀୟ ରାଜପଥ ନଂ ୧୬ ଗିରିସୋଲା ଦେଇ ବ୍ରହ୍ମପୁର ପଟକୁ ଆସୁଥିବା ପୁଲିସ ଜାଣିପାରି ଗୋଳନ୍ଥରା ଥାନାକୁ ଅବଗତ କରାଇଥିଲେ। ପୁଲିସ ପକ୍ଷରୁ ଗିରିସୋଲା ଠାରେ ତପନ ବ୍ୟବହାର କରୁଥିବା ମୋଟର ସାଇକେଲ (ଏମ ଏଚ ୧୨ କ୍ୟୁ ଦେବ ୦୯୧୩) ମଧ୍ୟ ଜବତ କରି ଗୋଳନ୍ଥରା ଥାନାରେ ଅଟକ ରଖିବା ସହ ବଡମ୍ବା ଥାନାକୁ ଅବଗତ କରାଇଥିଲେ। ଖବର‌ ପାଇ ତପନଙ୍କ ସ୍ତ୍ରୀ ସମେତ ପରିବାର ବର୍ଗ ଗୋଳନ୍ଥରା ଥାନାରେ ପହଞ୍ଚି ଆଲୋଚନା କରୁଥିବା ବେଳେ ବଡମ୍ବା ପୁଲିସ ଥାନାରୁ ମଧ୍ୟ ଏକ ଟିମ୍ ଗୋଳନ୍ଥରା ଥାନାରେ ପହଞ୍ଚିବେ ବୋଲି ପୁଲିସ ସୂଚନା ଦେଇଛି । ଅନ୍ୟ ପଟେ ତପନ ନିଖୋଜ ରହିବା ପରେ ବିଶାଖାପାଟଣା ପଳାଇ ଯାଇଥିବା ବେଳେ ସେଠାରୁ ଫେରୁଥିବା ବେଳେ ‌ଗୋଳନ୍ଥରା ପୁଲିସ ଉଦ୍ଧାର କରିଛି। ତପନ ଜାଣିଶୁଣି ନିଖୋଜ ରହିଥିଲେ ନା ତାଙ୍କୁ କିଏ ଅପହରଣ କରି ନେଇଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories