ପାଟଣା: ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଦେଓବନ୍ଧ ସେବା ପ୍ରକଳ୍ପ ଓ ପିପିଳିଆ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ମିଳିତ ସହଯୋଗରେ ଅଧ୍ୟକ୍ଷ ନିରାକର ସ୍ବାଇଁଙ୍କ ସଭାପତିତ୍ବରେ ଯୁବ ନେତୃତ୍ବ ବିକାଶ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଶ୍ରୀ ସ୍ୱାଇଁ ତାଙ୍କ ଭାଷଣରେ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି କର୍ମଶାଳାରେ ବିବେକାନନ୍ଦ କେନ୍ଦ୍ର କେନ୍ଦୁଝର ଶାଖାର ନଗର ସହ ପ୍ରମୁଖ ପଣ୍ଡିତ ମଧୁସୂଦନ ମିଶ୍ର ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ।
Popular Categories



