www.samajalive.in
Monday, December 15, 2025
14.1 C
Bhubaneswar

ଧରା ପଡ଼ିଲା ପୁଲିସକୁ ଧକ୍କାଦେଇ ଫେରାର ହୋଇଥିବା ଅପହରଣ ଓ ଦୁଷ୍କର୍ମ ଅଭିଯୁକ୍ତ

ଦେବଗଡ଼: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ କୁଣ୍ଢେଇଗୋଳା ଥାନା ପୁଲିସ ଦ୍ୱାରା ଗିରଫ ହେବାପରେ ପୁଲିସ କର୍ମଚାରୀଙ୍କୁ ଧକ୍କା ମାରି ଦେବଗଡ଼ ସ୍ୱତନ୍ତ୍ର ଉପକାରାଗାର ସମ୍ମୁଖରୁ ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ଆଜି ଜିଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଗିରଫ କରିଛି। ଫେରାର ଅଭିଯୁକ୍ତ କୁଣ୍ଢେଇଗୋଳା ଥାନା ଆଉଁଳି ଗ୍ରାମର ସୁମନ ବେହେରା (୨୨) ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲୁଚିଥିବା ବେଳେ ଦେବଗଡ଼ ଏସ୍‌‌ଡିପିଓ ସୌମ୍ୟରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ସ୍କ୍ୱାର୍ଡ ତାକୁ ଗିରଫ କରିଥିଲା।

କୁଣ୍ଢେଇଗୋଳା ଥାନାଂଚଳର ଜଣେ ବ୍ୟକ୍ତି ତାଙ୍କର ୧୭ ବର୍ଷୀୟା ନାବାଳିକା ଝିଅକୁ ଆଉଁଳି ଗ୍ରାମର ସୁମନ ବେହେରା (୨୨) ନାମକ ଜଣେ ଯୁବକ ଅପହରଣ କରିନେଇଥିବା ଗତ ୯ ତାରିଖ ଦିନ କୁଣ୍ଢେଇଗୋଳା ଥାନାରେ ଲିଖୀତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ବିରୁଦ୍ଧରେ ଏକ ଅପହରଣ ମାମଲା ଋଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସୁମନକୁ ଗିରଫ କରିବା ସହ ଅପହୃତା ନାବାଳିକାକୁ ଉଦ୍ଧାର କରି ଡାକ୍ତରୀ ମାଇନା କରିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ସେହିପରି ଗତ ୨୪ ତାରିଖ ଦିନ ଗିରଫ ଅଭିଯୁକ୍ତ ସୁମନକୁ କୋର୍ଟ ଚାଲାଣ କରିଥିଲା। ତେବେ ଅଦାଲତରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଯାଉଥିଲା। ମାତ୍ର ପୁଲିସ କର୍ମଚାରୀ ମାନେ ତାକୁ ନେଇ ଜେଲ ହାଜତକୁ ଯାଉଥିବା ସମୟରେ ଦେବଗଡ଼ ସ୍ୱତନ୍ତ୍ର ଉପକାରାଗାର ସମ୍ମୁଖରେ ପୁଲିସ କନଷ୍ଟେବଳଙ୍କୁ ଧକ୍କା ମାରି ସେଠାରୁ ସେ ଫେରାର ହୋଇଯାଇଥିଲା। ଏନେଇ ଦାୟିତ୍ୱରେ ଥିବା କୁଣ୍ଢେଇଗୋଳା ଥାନା କନଷ୍ଟେବଳ ଦେବଗଡ଼ ଥାନାରେ ଲିଖୀତ ଅଭିଯୋଗ କରିବାରୁ ପୁଲିସ ଅଭିଯୁକ୍ତ ସୁମନ ବିରୁଦ୍ଧରେ ଦଫା-୩୫୩,୩୨୩ ଓ ୬୩୧ ଆଇପିସିରେ ଏକ ମାମଲା ଋଜୁ କରିବା ତାକୁ ଧରିବା ପାଇଁ ଉଦ୍ୟମ ତନାଘନା ଚଳାଇଥିଲା ଓ ଏନେଇ ଗତକାଲି କେବଳ ‘ ସମାଜ’ରେ ଏକ୍ସକ୍ଲୁସିଭ ଖବର ପ୍ରକାଶ ପାଇଥିଲା। ଏହାପରେ ଜିଲା ପୁଲିସ ପକ୍ଷରୁ ଏସ୍‌‌ଡିପିଓ ସୌମ୍ୟରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଦୁଇଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସହ ଫେରାର ଅଭିଯୁକ୍ତ ସୁମନକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଥିଲା। ଆଜି ସଂଧ୍ୟାରେ ଏସ୍‌‌ଡିପିଓ ଶ୍ରୀଯୁକ୍ତ ମଲ୍ଲିକଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡର ସଦସ୍ୟ ମାନେ ହଦମୁଣ୍ଡା ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ତାକୁ ଗିରଫ କରିବାରେ ସଫଳ ହୋଇଥିଲେ। ଏନେଇ ଆଜି ସଂଧ୍ୟାରେ ଦେବଗଡ଼ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌‌ଡିପିଓ ଶ୍ରୀଯୁକ୍ତ ମଲ୍ଲିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଆନୁଷ୍ଠାନିକ ଭାବେ ସୂଚନା ଦେଇଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଥାନା ଅଧିକାରୀ ସରୋଜ କୁମାର ସେଠୀ ମଧ୍ୟ ଉପସ୍ଥିତ ଥିଲେ। ଆଜି ସଂଧ୍ୟାରେ ଗିରଫ ଅଭିଯୁକ୍ତ ସୁମନର ଡାକ୍ତରୀ ପରୀକ୍ଷା କରାଯିବା ସହ ରାତ୍ରିରେ କୋର୍ଟ ଚାଲାଣ କରାଯାଇଥିବା ଦେବଗଡ଼ ଥାନା ପୁଲିସ ସୂତ୍ରରୁ ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories