www.samajalive.in
Saturday, December 13, 2025
14.1 C
Bhubaneswar

୯ଟି ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଶାରେ ଗଡ଼ିଲା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମଗ୍ର ଦେଶରେ ଯୋଗାଯୋଗରେ ଉନ୍ନତି ଆଣିବା ଏବଂ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ନିମିତ୍ତ ଏକ ସଂଗେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ସେହି ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ହେଉଛି –
(୧) ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌
(୨) ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌
(୩) ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌
(୪) ବିଜୟୱାଡା – ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍‌
(୫) ପାଟନା – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌
(୬) କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ
(୭) ରାଉରକେଲା-ଭୁବନେଶ୍ୱର- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌
(୮) ରାଞ୍ଚି – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌
(୯) ଜାମନଗର – ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଏହି ୯ଟି ଟ୍ରେନ୍ ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ୧୧ଟି ରାଜ୍ୟରେ ଯୋଗାଯୋଗ ବୃଦ୍ଧି କରିବ।

- Advertisement -


ସୂଚନା ଅନୁଯାୟୀ, ଏହି ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସେମାନଙ୍କ ଚଳାଚଳ ମାର୍ଗରେ ଦ୍ରୁତତମ ଟ୍ରେନ୍ ହେବ ଏବଂ ଯାତ୍ରୀଙ୍କ ଯଥେଷ୍ଟ ସମୟ ସଞ୍ଚୟ କରିବାରେ ସହାୟକ ହେବ। ଏହି ମାର୍ଗରେ ଚଳାଚଳ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ରାଉରକେଲା-ଭୁବନେଶ୍ୱର-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ କାସରଗୋଡ–ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ୩ ଘଣ୍ଟା ଦ୍ରୁତ ହେବ। ହାଇଦ୍ରାବାଦ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଆଗୁଆ ଚାଲିବ। ତିରୁନେଲଭେଲି-ମଦୁରାଇ-ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ୨ ଘଣ୍ଟାରୁ ଅଧିକ ସମୟ ଆଗୁଆ ଚାଲିବ। ରାଞ୍ଚି-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌, ପାଟନା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ଜାମନଗର-ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ୧ ଘଣ୍ଟା; ଏବଂ ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ ପ୍ରାୟ ଅଧ ଘଣ୍ଟା ଦ୍ରୁତ ଗତିରେ ଚାଲିବ।


ଦେଶର ଗୁରୁତ୍ୱପୂର୍ଣ୍ଣ ଧାର୍ମିକସ୍ଥଳୀ ଗୁଡ଼ିକର ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ରାଉରକେଲା-ଭୁବନେଶ୍ୱର-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ତିରୁନେଲଭେଲି-ମଦୁରାଇ-ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସହର ପୁରୀ ଏବଂ ମଦୁରାଇକୁ ସଂଯୋଗ କରିବ। ଏଥିସହିତ ବିଜୟୱାଡ଼ା-ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ରେନିଗୁଣ୍ଟା ମାର୍ଗ ଦେଇ ଚଳାଚଳ କରିବ ଏବଂ ତିରୁପତି ତୀର୍ଥସ୍ଥଳକୁ ସଂଯୋଗ ପ୍ରଦାନ କରିବ।


ଏହି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଦେଶରେ ରେଳ ସେବାର ଏକ ନୂତନ ମାନଦଣ୍ଡ ଆରମ୍ଭ କରିବ। କବଚ ଟେକ୍ନୋଲୋଜି ସମେତ ବିଶ୍ୱସ୍ତରୀୟ ସୁବିଧା ଏବଂ ଉନ୍ନତ ନିରାପତ୍ତା ବୈଶିଷ୍ଟ୍ୟରେ ସଜ୍ଜିତ ଏହି ଟ୍ରେନ୍ ସାଧାରଣ ଲୋକ, ପେଶାଦାର, ବ୍ୟବସାୟୀ, ଛାତ୍ର ସମୁଦାୟ ଏବଂ ପର୍ଯ୍ୟଟକ ମାନଙ୍କୁ ଆଧୁନିକ, ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ମାଧ୍ୟମ ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories