କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ହେମାଳ ସଂଘ ପକ୍ଷରୁ ପାଞ୍ଚ ଦିନ ଧରି ବାବା ବିଶ୍ଵକର୍ମାଙ୍କ ପୂଜାର୍ଚ୍ଚନା କରାଯାଇଛି। ବିଗତ ୪୦ ବର୍ଷ ଧରି ହେମାଳ ସଂଘ ପକ୍ଷରୁ ବାବାଙ୍କ ପୂଜାର୍ଚ୍ଚନା କରାଯାଉଛି। ଦୈନିକ ପୂଜାର୍ଚ୍ଚନା ଓ ପ୍ରସାଦ ବଣ୍ଟନ କରାଯାଉଥିଲା। ଆଜି ବାବାଙ୍କ ଭସାଣୀ ଉତ୍ସବ। କଣ୍ଟାବାଞ୍ଜି ହେମାଳ ସଂଘ ପକ୍ଷରୁ ବଡ଼ ଧୁମ୍ ଧାମରେ ବାବା ବିଶ୍ଵକର୍ମାଙ୍କ ଭସାଣୀ ଉତ୍ସବ ପାଳନ କରାଯାଇଛି। କଳାହାଣ୍ଡି ଜିଲ୍ଲାରୁ ବଜା ଓ ସମ୍ବଲପୁରୀ ନୃତ୍ୟ କାର ଏହି ଉତ୍ସବରେ ସାମିଲ ହୋଇଥିଲେ। ଏହି ଅବସରରେ ହେମାଳ ସଂଘ ଭବନରୁ ଏକ ବିଶାଳ ଶୋଭଯାତ୍ରାରେ ବାବା ବିଶ୍ଵକର୍ମାଙ୍କ ଭସାଣୀ ପାଇଁ ହେମାଳ ସଂଘ ସଦସ୍ୟ ସାମିଲ ହୋଇ ସହର ମୁଖ୍ୟ ମାର୍ଗ ଦେଇ ବାବା ବିଶ୍ଵକର୍ମାଙ୍କ ଭସାଣୀ ଉତ୍ସବ ପାଳନ କରିଛନ୍ତି।
Popular Categories



