www.samajalive.in
Monday, December 15, 2025
15.1 C
Bhubaneswar

ଜିଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା

କେନ୍ଦୁଝରଗଡ଼ : ଜିଲା ଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କଠିନ ଅଧ୍ୟବସାୟ ବଳରେ ଛାତ୍ରଛାତ୍ରୀ ନିଜର ଲକ୍ଷ୍ୟ ହାସଲ ଦିଗରେ ମନୋନିବେଶ କରିବାକୁ ଆହ୍ୱାନ ଦେଇଥିଲେ। ‘ଶ୍ରୀଅନ୍ନ ଏକ ପୁଷ୍ଟିକର କିମ୍ବା ଭ୍ରମାତ୍ମକ ଖାଦ୍ୟ’ ଶୀର୍ଷକ ବିଜ୍ଞାନ ଆଲୋଚନାଚକ୍ରରେ ୧୩ଟି ବ୍ଲକର ଶ୍ରେଷ୍ଠ ବିବେଚିତ ଜଣେ ଲେଖାଏଁ ପ୍ରତିଯୋଗି ଅଂଶଗ୍ରହଣ କରିଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ଚମ୍ପୁଆର ଛାତ୍ର ଅନୁକଳ୍ପ ବେହେରା ପ୍ରଥମ, ଧକୋଠା ହାଇସ୍କୁଲ ଛାତ୍ରୀ ଶୁଭଶ୍ରୀ ପାତ୍ର ଦ୍ୱିତୀୟ ଓ ସରକାରୀ ହିନ୍ଦୀ ଉଚ୍ଚ ବିଦ୍ୟାଳୟ ଯୋଡା ୱେଷ୍ଟ ଛାତ୍ରୀ ଲଭଲି ଦାସ ତୃତୀୟ ସ୍ଥାନ ହାସଲ କରି ମୁଖ୍ୟଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦୁଝର ପ୍ରଥମ, ଡି.ଏନ୍‍.ହାଇସ୍କୁଲ କେନ୍ଦୁଝର ଦ୍ୱିତୀୟ ଓ ମହତାବ ହାଇସ୍କୁଲ ଚମ୍ପୁଆ ତୃତୀୟସ୍ଥାନ ହାସଲ କରି ଅତିତଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଜିଲା ବିଜ୍ଞାନ ପରିଦର୍ଶକ ପରମେଶ୍ୱର ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଯୋଗେଶ୍ୱର ପତି, ଅଧ୍ୟାପକ ସଂଗ୍ରାମ କେଶରୀ ବେହେରା, ପ୍ରାଧ୍ୟାପକ ଡ.କୁଳମଣୀ ପ୍ରଧାନ, ଅବସରପ୍ରାପ୍ତ କର୍ମଚାରୀ ବାଚୁ ଲାମା ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଶୀଲ କୁମାର ନାୟକ ପ୍ରମୁଖ ବିଚାରକ ଭାବେ ଯୋଗଦେଇ କୃତୀ ପ୍ରତିଯୋଗି ଚୟନ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଜ୍ୟୋର୍ତିମୟୀ ମହାନ୍ତ, ଶିକ୍ଷକ କୃଷ୍ଣପ୍ରସାଦ ବେହେରା ଏବଂ ଶିକ୍ଷା କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଜ୍ଞାନ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories