ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲିଆଗଡ ଠାରେ ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଗଣେଶ ପୂଜା ପାଳିତ ହେଉଥିବା ବେଳେ ପୂଜାରେ ୧୨୨ କେଜି ଓଜନର ଲଡୁ ଗଣେଶଙ୍କ ଠାରେ ଭୋଗ ଲାଗିବା ଆକର୍ଷଣ ପାଲଟିଛି। ଦୀର୍ଘ ବର୍ଷ ହେଲା ଗାଁ ର ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ୯ ଦିନ ଧରି ପୂଜା ପାଳିତ ହୋଇ ଆସୁଥିବା ବେଳେ ଗତ ୭ ବର୍ଷ ତଳେ ୧୫ କେଜି ଓଜନର ଲଡୁ ଭୋଗ ଲାଗିବା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହି ଲଡୁର ଓଜନକୁ ୧୨୨ କେଜିର କରାଯାଇଛି। ପରମ୍ପରା ଅନୁଯାୟୀ ମୂର୍ତ୍ତି ବିସର୍ଜନ ଦିନ ଲଡୁ ଟିକୁ ନିଲାମ କରାଯାଇ ଥାଏ। ନିଲାମରେ ମିଳିବାକୁ ଥିବା ଅର୍ଥରାଶି ଆସନ୍ତା ବର୍ଷ ପୂଜାରେ ଏହାକୁ ବିନିଯୋଗ କରାଯାଇ ଥାଏ ବୋଲି ଯୁବକ ସଂଘ ସଭାପତି ଆଶିଷ ରାଉଳ,ଏମ ବାସୁ, ଏ.ଉମା, ପିଣ୍ଟୁ ସେଠୀ ପ୍ରମୁଖ ସୂଚନା ଦେଇଛନ୍ତି। ଆସନ୍ତା ୨୭ ତାରିଖରେ ସନ୍ଧ୍ୟା ଆଳତି ପରେ ଲଡୁ ବିକ୍ରି ନିମନ୍ତେ ନିଲାମ ଡକା ଯିବାକୁ ସ୍ଥିର କରାଯାଇଛି।
Popular Categories



