www.samajalive.in
Sunday, December 14, 2025
19.1 C
Bhubaneswar

ଶୁଭ ମହୁରତ ହେଲା ଓଡିଆ ଚଳଚ୍ଚିତ୍ର “ସମ୍ପର୍କ ଛାଇ ଆଲୁଅର”

କଟକ: ଜେଏନ୍‌ଜେଜେ ବ୍ୟାନରରେ ପ୍ରସ୍ତୁତ ଓଡିଆ ଚଳଚ୍ଚିତ୍ର “ସମ୍ପର୍କ ଛାଇ ଆଲୁଅର” ପଞ୍ଚମୁଖୀ ହନୁମାନ ମନ୍ଦିରରେ ମଙ୍ଗଳବାର ଦିନ ଶୁଭ ମହୁରତ ହୋଇଯାଇଛି । ଦର୍ଶକଙ୍କ ପାଇଁ ଆସିବାକୁ ଯାଉଛି ଏକ ରୋମାଞ୍ଚକର ଓଡିଆ କାହାଣୀ । ଦୁଇ ଜଣ କର୍କଟ ରୋଗୀ ନିଜର ଜୀଵନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । ସେଇ ସଂଘର୍ଷ ଭିତରେ ଗତି କରି ଦୁହେଁ ଦୁହିଁଙ୍କୁ ଗୋଟିଏ ସ୍ଥାନରେ  ଭେଟିଛନ୍ତି; ଆଉ ସେମାନଙ୍କ ଭିତରେ ଗଢି ଉଠିଛି ଗୋଟିଏ ନିବିଡ ସମ୍ପର୍କ । ସମୟ ପରିବେଶ ଦୁହିଁଙ୍କୁ ଦୁହିଁଙ୍କ ଠାରୁ ଅଲଗା କରିବାକୁ ବାଧ୍ୟ କରିଛି । ଏହି ସମ୍ପର୍କ ଉପରେ ଆଧାରିତ ସିନେମାର ନିର୍ଦ୍ଦେଶନା ଭାର ଚଣ୍ଡୀ ପରିଜା ସମ୍ଭାଳିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି  ଅଭିଜିତ ମଜୁମଦାର । ସିନେମାରେ ପାଞ୍ଚଟି ଗୀତ ରହିଛି ଓ ଗୀତ ଗୁଡିକ ଗାଇଛନ୍ତି ସ୍ୱୟଂ ପାଢ଼ୀ, ସତ୍ୟଜିତ ପ୍ରଧାନ, ବିଷ୍ନୁ ମୋହନ କବି, ଅନ୍ତରା ଚକ୍ରବତୀ, ସୋହିନୀ ମିଶ୍ର, ଶୁଭଲକ୍ମି ଦାସ, ସ୍ଵର୍ଣମୟୀ । ଗୀତ ଗୁଡିକୁ ଲେଖିଛନ୍ତି ଡାକ୍ତର ନିର୍ମଳ ନାୟକ ଓ ଏଥିରେ ଅଭିନୟ କରିଛନ୍ତି ଆକାଶ ଦାସ ନାୟକ, ଏଲିନା ସାମନ୍ତ ରାୟ, ଲିପ୍ସା ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି, ଜୀବନ ପଣ୍ଡା, ଉଷସୀ ମିଶ୍ର ନମିତା ଦାସ, ଗୁଡ଼ୁ, ସନ୍ତୁ ନିଜେ, ସବିତା, ମମତା, ଜ୍ଞାନ, ଭକ୍ତି, ଶିବ ନନା, ଶିଶୁ କଳାକାର ଲତାନ୍ସ । ଏହି ଚଳଚ୍ଚିତ୍ରରେ ପ୍ରଯୋଜକ ଏବଂ ଲେଖକ ରୁପେଶ କୁମାର ନାୟକ ଥିବା ବେଳେ ଚିତ୍ରୋତ୍ତଳନ କରିଛନ୍ତି କାଁହୁ ନନ୍ଦ ଶୁଭମ । କଳା ନିର୍ଦେଶକ ନିବାରଣ ଷଢଙ୍ଗି, ମୁଖ୍ୟ ବ୍ୟବସ୍ଥାପକ ଚିତ ରଞ୍ଜନ ଆଚାର୍ୟ୍ୟ, ସହ ବ୍ୟବସ୍ଥାପକ ସୌମ୍ୟ ରଞ୍ଜନ ପାତ୍ର, ନୃତ୍ୟ ନିର୍ଦେଶକ ଲୁବୁନ ଟୁବୁନ, ସମ୍ପାଦକ ରାଜେଶ ଦାସ, ରୂପ ଶଯ୍ୟା ମନୋରଞ୍ଜନ ପ୍ରଧାନ, ପୋଷାକ ସନ୍ତୋଷ ଦଳାଇ, ହେୟାର ଡ୍ରେସର ମାମା, ମୁଖ୍ୟ ସହ ନିର୍ଦେଶକ ହିମାଳୟ ପୃଷ୍ଟି, ସହ ନିର୍ଦେଶକ ବିକାଶ ପ୍ରଧାନ ଓ VFX ନିମନ୍ତେ ଅମର ଦାସ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories