www.samajalive.in
Sunday, December 7, 2025
26.1 C
Bhubaneswar

‘ଏକତ୍ବର ମୂର୍ତ୍ତି’: ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାୟ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଖଣ୍ଡୱା: ମଧ୍ୟପ୍ରଦେଶର ଖଣ୍ଡୱା ଜିଲାସ୍ଥିତ ଓଁକାରେଶ୍ବରଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବହୁ ଧାତୁ ନିର୍ମିତ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ଏଥିସହ ଅଦ୍‌ଭୈତ ଲୋକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକତ୍ବର ପ୍ରତୀକ ଏହି ପ୍ରତିମୂର୍ତ୍ତିକୁ ଏକତ୍ବର ମୂର୍ତ୍ତି ବା ଷ୍ଟାଚ୍ୟୁ ଅଫ୍‌ ୱାନନେସ୍‌ ନାଁ ଦିଆଯାଇଛି।

- Advertisement -

ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ ହଜାର ସାଧୁ ସନ୍ଥ ସାମିଲ ହୋଇଛନ୍ତି। ସବୁ ସାଧୁ ସନ୍ଥଙ୍କୁ ପାରମ୍ପରିକ ଢଙ୍ଗରେ ସ୍ବାଗତ ସତ୍କାର କରାଯାଇଥିଲା। ଏହି ପ୍ରତିମୂର୍ତ୍ତିରେ ଆଦି ଶଙ୍କରାଚାର୍ଯ୍ୟ ବାଳକ ରୂପରେ ନଜର ଆସିଛନ୍ତି।

ପ୍ରତିମୂର୍ତ୍ତି ଅନାବରଣ କରିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସନ୍ଥମାନଙ୍କ ସହ ଏହାର ପରିକ୍ରମା ମଧ୍ୟ କରିଛନ୍ତି। ମୂର୍ତ୍ତି ଅନାବରଣ ପୂର୍ବରୁ ଦେଶର ପ୍ରାୟ ୩୦୦ ବିଖ୍ୟାତ ବୈଦିକ ବ୍ରାହ୍ମଣଙ୍କ ଦ୍ବାରା ବୈଦିକ ରୀତିରେ ପୂଜା ଏବଂ ୨୧ କୁଣ୍ଡିୟ ହୋମ କରାଯାଇଥିଲା।

ଓଁକାରେଶ୍ବର ହେଉଛି ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜ୍ଞାନ ଭୂମି ଏବଂ ଗୁରୁ ଭୂମି। ଏଠାରେ ସେ ତାଙ୍କ ଗୁରୁ ଗୋବିନ୍ଦ ଭଗବତପାଦଙ୍କୁ ଭେଟିଥିଲେ ଓ ଏଠାରେ ଚାରି ବର୍ଷ ରହି ଶିକ୍ଷା ଗ୍ରହଣ କରିଥିଲେ। ୧୨ ବର୍ଷ ବୟସରେ ସେ ଅଖଣ୍ଡ ଭାରତରେ ବେଦାନ୍ତକୁ ଲୋକପ୍ରିୟ କରିବା ପାଇଁ ଓଁକାରେଶ୍ୱରରୁ ପ୍ରସ୍ଥାନ କରିଥିଲେ। ଏହି କାରଣରୁ ଓଁକାରେଶ୍ବରରେ ମାନ୍ଧାତା ପର୍ବତ ଉପରେ ୧୨ ବର୍ଷିୟ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

 

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories