www.samajalive.in
Sunday, December 7, 2025
26.1 C
Bhubaneswar

ମଧୁମେହ ରୋଗୀଙ୍କ ପାଇଁ ବରଦାନ୍‌‌ରୁ କମ୍‌‌ ନୁହେଁ ଅଁଳା

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ମଧୁମେହରେ ଆକ୍ରାନ୍ତ। ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ହେଲେ ମଧୁମେହ ସମସ୍ୟା ସୃଷ୍ଟି ହୋଇଥାଏ। ନିଜ ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଓ ଧ୍ୟାନ ଦେବା ଦ୍ୱାରା ଏହାକୁ ନିୟନ୍ତ୍ରଣରେ ରଖାଯାଇପାରେ। ମଧୁମେହ ରୋଗୀଙ୍କ ପାଇଁ ଅଁଳା କୌଣସି ବରଦାନରୁ କମ୍‌‌ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଅଁଳା ସେବନ ଦ୍ୱାରା ରକ୍ତରେ ଶର୍କରାର ମାତ୍ରା କମ୍‌‌ ରହିଥାଏ। ଏହା ଏକ ସୁପରଫୁଡ୍‌‌ ଭଳି କାମ କରିଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଅଁଳାରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଛି। ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ଅଁଳାରେ ଭିଟାମିନ୍‌‌ ସି ପ୍ରଚୁର ମାତ୍ରାରେ ରହିଛି। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ। ନିୟମିତ ଭାବେ ନିଜ ଖାଦ୍ୟରେ ଅଁଳାରେ ସାମିଲ କରିବାକୁ ପରାମର୍ଶ ଦିଆଯାଇଥାଏ।
ଅଁଳା ଭିଟାମିନ୍‌‌ ସି ଓ ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ତମ ସ୍ରୋତ। ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ।
ମଧୁମେହ ରୋଗୀ ନିଜ ଖାଦ୍ୟରେ ଅଁଳାକୁ ନିଶ୍ଚୟ ସାମିଲ କରନ୍ତୁ।
ଅଁଳା ସେବନ ଦ୍ୱାରା କୋଲେଷ୍ଟେରୋଲ୍‌‌ ସ୍ତର ହ୍ରାସ ହୋଇଥାଏ। ଫଳରେ ହୃଦୟକୁ ସୁସ୍ଥ ରଖିବା ସହ ଅନେକ ରୋଗରୁ ମଧ୍ୟ ଦୂରେଇ ରଖିଥାଏ।
ଅଁଳା ସେବନ ଦ୍ୱାରା ଓଜନ ହ୍ରାସ ହେବାରେ ମଧ୍ୟ ସହାୟକ ହୋଇଥାଏ।

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories